30.1 C
Bhubaneswar
Monday, May 6, 2024
Homeଖେଳଲୋମରର୍‌ଙ୍କ ଦ୍ରୁତ ୪୩ : ରାଜସ୍ଥାନ ବିଜୟୀ

ଲୋମରର୍‌ଙ୍କ ଦ୍ରୁତ ୪୩ : ରାଜସ୍ଥାନ ବିଜୟୀ

ଅର୍ଶଦୀପ ସିଂଙ୍କ ୫ ୱିକେଟ୍ ବେକାର, ଅଗରୱାଲ୍‌ଙ୍କ ଅର୍ଦ୍ଧଶତକ

ଦୁବାଇ: ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ୩୨ତମ ମ୍ୟାଚ୍ ମଙ୍ଗଳବାର ଖେଳାଯାଇଛି । ଏଥିରେ ପଞ୍ଜାବ କିଙ୍ଗ୍‌ସ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସଠାରୁ ୨ ରନ୍‌ରେ ପରାସ୍ତ ହୋଇ ସଂସ୍କରଣରେ ତା\’ର ଚତୁର୍ଥ ବିଜୟ ହାସଲ କରିଛି । ଏଥିସହ ଦଳ ୮ ପଏଣ୍ଟ୍ ସହ ପଞ୍ଚାମ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ପଞ୍ଜାବ ଷଷ୍ଠ ପରାଜୟ ସହ ସପ୍ତମ ସ୍ଥାନରେ କାଏମ ରହିଛି । ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନ ଆମନ୍ତ୍ରଣ ପାଇବା ପରେ ଓପନର ଏଭିନ୍ ଲୁଇସ୍ ୭ଟି ଚୌକା ଓ ଗୋଟିଏ ଛକା ସହ ୩୬ ଓ ତାଙ୍କ ଓପନିଂ ଯୋଡ଼ିଦାର ଯଶସ୍ୱୀ ଜୈସ୍ୱାଲ୍ ୬ଟି ଚୌକା ଓ ୨ଟି ଛକା ସହ ୪୯ ରନ୍ କରିଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନ୍ ମାତ୍ର ୪ ରନ୍ କରି ଆଉଟ୍ ହେବା ସହ ପ୍ରତିପକ୍ଷ ପେସର୍ ଈଶାନ୍ ପୋରେଲ୍‌ଙ୍କ ପ୍ରଥମ ଆଇପିଏଲ୍ ଶିକାର ବନିଥିଲେ । ତେବେ ଲିଆମ୍ ଲିଭିଂଷ୍ଟୋନ୍ ଓ ମହିପାଲ୍ ଲୋମରୋର୍ ଯଥାକ୍ରମେ ୨୫ ଓ ୪୩ ରନ୍‌ର ଇନିଂସ ଖେଳିବା ଫଳରେ ପଞ୍ଜାବ ୨୦ ଓଭରୀ୍‌ରେ ୧୮୫ ରନ୍ କରିପାରିଥିଲା । ଲୋମରୋର୍ ମାତ୍ର ୧୭ଟି ବଲ୍‌ରେ ୨ଟି ଚୌକା ଓ ୪ଟି ଛକା ଲଗାଇଥିବା ବେଳେ ଲିଭିଂଷ୍ଟୋନ୍ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଶେଷ ଭାଗରେ ଅର୍ଶଦୀପ ସିଂ ଓ ମହମ୍ମଦ ଶମି ଭଲ ବୋଲିଂ କରିବାରୁ ପଞ୍ଜାବ ବେଶୀ ବାଟ ଯାଇପାରି ନ ଥିଲା । ଅର୍ଶଦୀପ ୩୨ ରନ୍ ଦେଇ ୫ଟି ୱିକେଟ୍ ନେଇ ଆଇପିଏଲ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହାଛଡ଼ା ଶମି ୩ଟି ୱିକେଟ୍ ନେଇଥିଲେ ।

ଜବାବରେ ପଞ୍ଜାବ ଶେଷ ଓଭର୍ ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଅନ୍ତିମ ଓଭର୍‌ରେ ଯୁବ ବୋଲର୍ କାର୍ତ୍ତିକ ତ୍ୟାଗୀ ଦୁଇଟି ୱିକେଟ୍ ନେଇ ସବୁକିଛି ଓଲଟପାଲଟ କରିଦେଇଥିଲେ । ଫଳରେ ସଞ୍ଜୁ ସାମ୍‌ସନ୍‌ଙ୍କ ଟିମ୍ ୨ ରନ୍‌ରେ ବିଜୟୀ ହୋଇଥିଲା । ପୂର୍ବରୁ ଦଳ ପକ୍ଷରୁ ଓପନର ମୟଙ୍କ ଅଗରୱାଲ୍ ୪୩ଟି ବଲ୍ ଖେଳି ୭ଟି ଚୌକା ଓ ୨ଟି ଛକା ସହ ୬୭ ରନ୍ କରିଥିଲେ । ଏହାଛଡ଼ା ଓପନର ଲୋକେଶ ରାହୁଲ୍ ୪ଟି ଚୌକା ଓ ୨ଟି ଛକା ସହ ୪୯ ରନ୍ କରି ଅରେଞ୍ଜ୍ କ୍ୟାପ୍ ଦୌଡ଼ରେ ପ୍ରଥମ ସ୍ଥାନର ନିକଟତର ହୋଇଛନ୍ତି । ୮ଟି ମ୍ୟାଚ୍ ଖେଳି ୩୮୦ ରନ୍ କରିଥିବା ରାହୁଲ୍ ସନ୍‌ରାଇଜର୍ସ ହାଇଦ୍ରାବାଦ ଓପନର ଶିଖର ଧୱନ୍‌ଙ୍କ ତଳକୁ ଅଛନ୍ତି । ଅନ୍ୟପକ୍ଷରେ ଅର୍ଶଦୀପ ପର୍ପଲ୍ କ୍ୟାପ୍ ଦୌଡ଼ରେ ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛନ୍ତି । ରାହୁଲ୍ ଓ ଅଗରୱାଲ୍‌ଙ୍କ ଆଉଟ୍ ହେବା ପରେ ଆଇଡେନ୍ ମାର୍କରାମ୍ ଓ ନିକୋଲାସ୍ ପୂରନ୍ ତୃତୀୟ ୱିକେଟ୍‌ରେ ୫୭ ରନ୍ ଯୋଡ଼ି ଦଳକୁ ବିଜୟ ନିକଟତର କରାଇଥିଲେ । ପୂରନ୍ ଗୋଟିଏ ଚୌକା ଓ ୨ଟି ଛକା ସହ ୩୨ ରନ୍ କରିଥିଲେ । କିନ୍ତୁ ୨ଟି ଚୌକା ଓ ଗୋଟିଏ ଛକା ସହ ମାର୍କରାମ୍ ୨୬ ରନ୍ କରି ଅପରାଜିତ ରହିଥିଲେ ଶେଷ ଓଭର୍‌ରେ ବ୍ୟାଟିଂ ସୁଯୋଗ ପାଇ ନ ଥିଲେ । ଶେଷ ଓଭର୍‌ରେ ପଞ୍ଜାବ ପୂରନ୍‌ଙ୍କ ସହ ଦୀପକ ହୁଡ୍ଡାଙ୍କ ୱିକେଟ୍ ହରାଇଥିଲା । ଶେଷ ବଲରେ ଫାବିଆନ୍ ଆଲେନ୍ କିଛି ବି କରିପାରି ନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking