38.1 C
Bhubaneswar
Friday, April 26, 2024
Homeଅପରାଧଜେଲ୍ ଗଲେ ଯୁବକ, ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ଜେଲ୍ ଗଲେ ଯୁବକ, ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ସୋନପୁର: ସହରର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ତଥା ବିଜେପି ନେତା ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଶଶୀକାନ୍ତ ସେଠୀ ବୋଲି ପୋଲିସ ସୂଚନା ଦେଇଛି ।

 

ଯୁବତୀ ଜଣକ ସମ୍ବଲପୁର ଯାଉଥିବା ବେଳେ ତାଙ୍କୁ ବାଟରୁ ଉଠାଇନେଇ ନିଶାସକ୍ତ କରି ଏକ ଘରେ ରଖି ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ନିଶା ଅତ୍ୟଧିକ ଥିବା ହେତୁ ଯୁବତୀ ଜଣକ ବାହାରକୁ ଆସି ପାଟିତୁଣ୍ଡ କରିଥିଲେ । ଏହି ସମୟରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଯୁବତୀଙ୍କ ନିଶା ଛାଡିବା ପରେ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା ପୋଲିସ।

 

ଯୁବତୀ ଜଣକ ସୁବଲୟା ଅଞ୍ଚଳର ବୋଲି ଜଣାପଡ଼ିଛି।ସେ ବିରମହାରାଜପୁର ସ୍ୱଧାର ଗୃହରେ ଆଶ୍ରୟ ନେଇଥିବା ବେଳେ ଅନେକ ସମୟରେ ସେଠାରୁ ବାହାରି ଆସୁଥିବା ଜଣାପଡ଼ିଛି । ଅନ୍ୟପଟେ ଅଭିଯୁକ୍ତ ଦୁଇ ଯୁବକ ଅସଦାଚରଣ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ପୋଲିସ ଏନେଇ ଭାରତୀୟ ପିଙ୍ଗଳ ଆଇନ ଅନୁସାରେ ୩୭୦ /୨ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରିଛି ।

 

ସୁବର୍ଣ୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking