27.5 C
Bhubaneswar
Monday, July 22, 2024
Homeଦେଶ ବିଦେଶରାଜଧାନୀ ଦିଲ୍ଲୀରେ ବର୍ଷା

ରାଜଧାନୀ ଦିଲ୍ଲୀରେ ବର୍ଷା

ନୂଆଦିଲ୍ଲୀ : ତାତିରେ ଲାଗିଲା ବ୍ରେକ । ରାଜଧାନୀ ଦିଲ୍ଲୀରେ ଓ ଏନ୍‌ସିଆରରେ ବର୍ଷା। ଏହି ବର୍ଷା ହେବା ଫଳରେ ଦିଲ୍ଲୀ ବାସୀଙ୍କୁ ଅସହ୍ୟ ତାତିରୁ ଆସ୍ୱସ୍ଥି ମିଳିଛି । ଶୁକ୍ରବାର ଦିଲ୍ଲୀରେ ବର୍ଷା ଆରମ୍ଭ ହୋଇଛି । ଏଥିସହ ଭାରତୀୟ ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଶନିବାର ଓ ରବିବାର ଦୁଇଦିନ ଏଠାରେ ବର୍ଷା ସମ୍ଭାବନା ରହିଛି । ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିଲା ଯାହାଫଳରେ ଦିଲ୍ଲୀ ବାସୀ ଅସ୍ତବ୍ୟସ୍ତ ହୋଇପଡିଥିଲେ । ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ୪୩ ଡିଗ୍ରୀରୁ ୪୭ ଡିଗ୍ରୀ ସେଲସିୟସ ରହୁଥିଲାବେଳେ ରାତିର ତାପମାତ୍ରା ସାମାନ୍ୟ କମିଲେ ବି ଗରମ ଅନୁଭୂତ ହେଉଥିଲା । ଅତ୍ୟଧିକ ଗରମ ଅନୁଭୂତ ହେବା ସହ ଦିଲ୍ଲୀରେ ଉତ୍କଟ ଜଳ ସଙ୍କଟ ସ୍ଥିତିକୁୁ ଅଧିକ ଶୋଚନୀୟ କରିଥିଲା। ବର୍ଷା ଯୋଗୁଁ ଦିଲ୍ଲୀର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇପଡିଥିବା ଦେଖାଯାଇଛି । ଏପରିକି ଦିଲ୍ଲୀରେ ବର୍ଷା ହେବାରୁ ସହରର ତାପମାତ୍ରା ୨୮.୪ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିବା ସୂଚନା ମିଳିଛି । ବର୍ଷା ହୋଇଥିଲେ ସୁଦ୍ଧା ମୌସୁମୀ ଏପର୍ଯ୍ୟନ୍ତ ଦିଲ୍ଲୀକୁ ଛୁଇଁନଥିବା ଆଇଏମଡି ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking