27.1 C
Bhubaneswar
Friday, May 1, 2026
Homeଓଡିଶାହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗାଁ ଓ ପୋଚିଲିମା ପଞ୍ଚାୟତର ଦୁଇ ମହିଳା ସରପଞ୍ଚଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ପଞ୍ଚାୟତ ପ୍ରଗତି ସୂଚକାଙ୍କ ୨୦୨୩-୨୪ ରିପୋର୍ଟରେ ଗଞ୍ଜାମର ହିଞ୍ଜିଳିକାଟୁ ପୋଚିଲିମା ପଞ୍ଚାୟତ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରଷ୍କୃତ ହୋଇଥିବା ବେଳେ ବେଲଗାଁ ପଞ୍ଚାୟତ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମଧ୍ୟ ପୁରଷ୍କୃତ ହୋଇଛନ୍ତି । ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ତଥା ହିଞ୍ଜିଳିକାଟୁ ବିଧାୟକ ଶ୍ରୀ ନବୀନ ପଟ୍ଟନାୟକ ବେଲଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସାହୁ ଓ ପୋଚିଲିମା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା କୁମାରୀ ଦାସ ଓ ସମିତି ସଭ୍ୟ ଶ୍ରୀମତୀ ଆରତୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡିର ଆସିକା ସାଂସଦ ପ୍ରାର୍ଥୀ ଶ୍ରୀମତୀ ରଞ୍ଜିତା ସାହୁଙ୍କ ସମେତ ହିଞ୍ଜିଳି ବ୍ଲକ୍‌ ସଭାପତି ଶ୍ରୀ ଦୁର୍ଗା ପ୍ରସନ୍ନ ମହାନ୍ତି, ଶ୍ରୀ ଦେବାନନ୍ଦ ମହାପାତ୍ର, ଶ୍ରୀ ରାମକୃଷ୍ଣ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking