27.1 C
Bhubaneswar
Friday, May 1, 2026
Homeଓଡିଶାମହିଳା ସଂରକ୍ଷଣ ପାଇଁ କୂମ୍ଭୀର କାନ୍ଦଣା କିନ୍ତୁ ଦୁଷ୍କର୍ମ ପୀଡିତାଙ୍କ ପାଇଁ ସରକାରଙ୍କ ସମୟ ନାହିଁ...

ମହିଳା ସଂରକ୍ଷଣ ପାଇଁ କୂମ୍ଭୀର କାନ୍ଦଣା କିନ୍ତୁ ଦୁଷ୍କର୍ମ ପୀଡିତାଙ୍କ ପାଇଁ ସରକାରଙ୍କ ସମୟ ନାହିଁ : କଂଗ୍ରେସ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଭାପୁର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ଯା ଉଦ୍ଯମ ତଥା ଦେବଗଡ ବାରକୋଟ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାକୁ ନେଇ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ସୋନାଲୀ ସାହୁ କହିଲେ, ଡବଲ ଇଞ୍ଜିନ ସରକାରରେ ଗୋଟିଏ ପଟେ ନାରୀଶକ୍ତି ବନ୍ଦନ ହେଉ ଥିବାବେଳେ ଅନ୍ଯପଟେ ନାରୀ ଅସ୍ଥି ଖନନ ଚାଲିଛି। ନାରୀ ଦୁଷ୍କର୍ମ, ଅପହରଣ, ଦହନ, ଶୋଷଣ ଆଦି ଦୈନନ୍ଦିନ ଘଟଣା ପାଲଟି ଗଲାଣି । ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଜଣେ ମହିଳା l ସରକାର ବିଧାନସଭାରେ ସ୍ବତନ୍ତ୍ର ଅଧିବେସନ ଡକାଇଥିଲେ l ଏହି ଅଧିବେଶନରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ସଂରକ୍ଷଣ ବିଲ ଉପରେ କଂଗ୍ରେସ ଏବଂ ଗାନ୍ଧୀ ପରିବାରକୁ କେବଳ ଗାଳିକଲେ ଏବଂ ରାଜରାସ୍ତାରେ ବିରୋଧୀ ଦଳ ନେତା ମାନଙ୍କର କୁଶ ପୁତ୍ତଳିକା ଦାହ କଲେ। ଯଦି ଉପ-ମୁଖ୍ଯମନ୍ତ୍ରୀଙ୍କର ସାମାନ୍ଯ ଲଜ୍ଯା ଓ ମାନବିକତା ଥାଆନ୍ତା ତେବେ ବ୍ରହ୍ମଗିରିର ୫ବର୍ଷର ଶିଶୁକନ୍ୟା, ଢେଙ୍କାନାଳର ଦୁଷ୍କର୍ମ ପୀଡିତା କିମ୍ବା ଦେବଗଡର ଗଣଦୁଷ୍କର୍ମ ପୀଡିତାଙ୍କୁ ସାକ୍ଷାତ କରିଥାନ୍ତେ। ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ବିହାହିତା ମହିଳାଙ୍କୁ ଗାଧୋଇବା ସମୟରେ ପୋଖରୀ ତୁଠରୁ ଟାଣିନେଇ ଅଭିଯୁକ୍ତ ଦୁଷ୍କର୍ମ କଲା ଓ ଅତ୍ଯନ୍ତ ଅମାନୁଷିକ ଭାବରେ ଟାଙ୍ଗିଆରେ ମୁହଁକୁ ହାଣିଲା ଠିକ୍ ସେପରି ଦେବଗଡ ବାରକୋଟ ଅଞ୍ଚଳରେ ଜଣେ ଯୁବତୀଙ୍କୁ ୨୦ ଅପ୍ରେଲ ରାତି ପ୍ରାୟ ୧୧ଟା ସମୟରେ ୪ଜଣ ଯୁବକ ଘର ସାମ୍ନାରୁ ଟେକି ନେଇ ପାଖରେ ଥିବା ଏକ କ୍ଯାବିନ କଡରେ ଜଣକ ପରେ ଜଣେ ଦୁଷ୍କର୍ମ କରି ତାର ଭିଡିଓ ଉତ୍ତୋଳନ କରିଥିଲେ। ପ୍ରତ୍ୟେକ ଦିନ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି ଏଥିରୁ ଚିନ୍ତାକରନ୍ତୁ ରାଜ୍ଯର ଗତି କୁଆଡେ ବୋଲି ନିଜ ବକ୍ତବ୍ଯରେ ଶ୍ରୀମତୀ ସାହୁ କହିଥିଲେ ।
ପିସିସି ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ କହିଲେ, ରାଜ୍ଯସରକାର ଓ ବିଜେପି ଦଳର ମନ୍ତ୍ରୀ ଓ ନେତ୍ରୀଗଣ ଉତ୍ସବ ମହୋତ୍ସବରେ ମସଗୁଲ ଅଛନ୍ତି। ଉପ-ମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ବିଧାନସଭାରେ କମ୍ପାନୀ ମାନଙ୍କ କଳା ଶାଢୀ ବିଜ୍ଞାପନ କରୁଛନ୍ତି କିନ୍ତୁ ରାଜ୍ଯର ନିର୍ଯାତିତ ନାରୀମାନଙ୍କ ପାଇଁ ତାଙ୍କର ସମୟ ନାହିଁ। ଡବଲ ଇଞ୍ଜିନ ସରକାରରେ ନାରୀ ସୁରକ୍ଷା ପ୍ରହସନ ହୋଇପଡିଛି।

ବରିଷ୍ଠ କଂଗ୍ରେସ ନାରୀ ନେତ୍ରୀ ପ୍ରଣତି ମିଶ୍ର କହିଲେ, ଗୋଟିଏ ଅଞ୍ଜନା ମିଶ୍ର ଘଟଣା ପାଇଁ ଆମ କଂଗ୍ରେସର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ ଆଜି ପ୍ରତ୍ଯେକ ଦିନ ଅଞ୍ଜନା ଘଟଣା ଘଟୁଛି ଶହ ଶହ ଅଞ୍ଜନା ଦୁଷ୍କର୍ମର ଶିକାର ହେଉଛନ୍ତି ଏଥି ପାଇଁ ଇସ୍ତଫା ଦେବାର ତ ଦୁରର କଥା, ସରକାରଙ୍କ କୌଣସି ମନ୍ତ୍ରୀଙ୍କ ନିକଟରୁ ଶାନ୍ତ୍ବନା ମୂଳକ ଶବ୍ଦଟିଏ ମଧ୍ୟ ଶୁଣାଯାଉନି ବୋଲି କହିଛନ୍ତି। ସମ୍ମିଳନୀରରେ ଅନ୍ଯତମ ମୁଖପାତ୍ର ସମସିଦା ତୟବ କହିଲେ, ନାରୀ ସବୁବେଳେ ବନ୍ଦନୀୟ ।ସରକାରଙ୍କ ନାରୀ ବନ୍ଦନ କାର୍ଯ୍ୟକ୍ରମକୁ ସ୍ବାଗତ କିନ୍ତୁ ବିନା ସୁରକ୍ଷାରେ ବନ୍ଦନା କରିବା ଅର୍ଥହୀନ। ନାରୀ ସୁରକ୍ଷା ସରକାରଙ୍କ ପ୍ରଥମ ଦାୟିତ୍ବବୋଧ ହେବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking