32.1 C
Bhubaneswar
Friday, May 1, 2026
Homeଓଡିଶାକଲବଲ କରୁଛି କାଳବୈଶାଖୀ: ୨୪ ଘଣ୍ଟା ହେଲା ବିଦ୍ୟୁତ୍‌ ନାହିଁ, ଲୋକେ ହନ୍ତସନ୍ତ

କଲବଲ କରୁଛି କାଳବୈଶାଖୀ: ୨୪ ଘଣ୍ଟା ହେଲା ବିଦ୍ୟୁତ୍‌ ନାହିଁ, ଲୋକେ ହନ୍ତସନ୍ତ

କେନ୍ଦ୍ରାପଡ଼ା: କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ାରେ ହାହାକାର। ଗତକାଲିଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ାରେ ଏବେ ଅଘୋଷିତ ବିଦ୍ୟୁତ କାଟ ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଛି। କାଳବୈଶାଖୀ ଝଡ଼ ପରଠାରୁ ଜିଲ୍ଲାର ଭାଗବତପୁର, ଚାନ୍ଦୋଳ, ଓସ୍ତପୁର ଏବଂ ସହରର ଅଯୋଧ୍ୟାନଗର ଭଳି ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ବିଶେଷ କରି ଭାଗବତପୁର ପଞ୍ଚାୟତର ପାଟକୁରା ଗ୍ରାମରେ ଗତକାଲି ଦିନ ୩ଟା ପରଠାରୁ ଅନ୍ଧାର ରାଜୁତି ଚାଲିଛି। ପାନୀୟଜଳ ପାଇଁ ବିଦ୍ୟୁତ ଚାଳିତ ମୋଟର ଉପରେ ନିର୍ଭର କରୁଥିବା ପରିବାର ଗୁଡ଼ିକ ଏବେ ଶୋଷିଲା ରହିଛନ୍ତି। ଗାଧୋଇବା ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସମସ୍ତ ନିତ୍ୟକର୍ମ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ଧରି ବିଦ୍ୟୁତ ନଆସିବା ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାରମ୍ବାର କାଳବୈଶାଖୀ ଜନିତ ସମସ୍ୟା ଉପୁଜୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ମନ୍ଥର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। କେବେ ସ୍ୱାଭାବିକ ହେବ ବିଦ୍ୟୁତ ସେବା, ତାହାକୁ ନେଇ ପ୍ରଶ୍ନ। ଗତକାଲି ଦିନ ତିନିଟାରୁ ଭାଗବତପୁର ପଞ୍ଚାୟତର ପାଟକୁରା ଗ୍ରାମରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking