ମେଷ: ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ବୃଥା କାର୍ଯ୍ୟରେ ବ୍ୟୟ ବଢ଼ିବ। ଦୂରଯାତ୍ରା କରିପାରନ୍ତି। ପୂର୍ବ ଅଭିଜ୍ଞତା କାର୍ଯ୍ୟରେ ଲାଗିବ। ବାଧ୍ୟ ହୋଇ ଅକାର୍ଯ୍ୟ କରିବେ। ଅଭାବ ଦୂରେଇଯିବ।
ବୃଷ: କାର୍ଯ୍ୟରେ ବାଧା ଉପୁଯିବ। ବ୍ୟବସାୟ ଲାଭପ୍ରଦ ହେବ। ଭୋଜନାଦିରେ ଆନନ୍ଦ ପାଇବେ। ଅର୍ଥଲାଭ କରିପାରନ୍ତି। ଉଦର ବ୍ୟଥା ଭୋଗିପାରନ୍ତି। ସମସ୍ୟାର ସମାଧାନ କରିବେ।
ମିଥୁନ: କ୍ଳାନ୍ତି ଓ ଅବସନ୍ନ ରହିବ। ନିଜର ଉନ୍ନତି ପାଇଲାଗି ପଡ଼ିବେ। ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଶୁଭ ହେବ। ଦେହ ଭଲ ରହିବ। ବନ୍ଧୁ ବର୍ଗରେ ମତାନ୍ତର ଘଟିବ। ଅଘଟଣ ଘଟିବାର ସମ୍ଭାବନା ଅଛି।
କର୍କଟ: ସାହସିକ ପଦକ୍ଷେପ ନେଇ ପାରନ୍ତି। କର୍ତ୍ତୃପକ୍ଷଙ୍କର ସାହାଯ୍ୟ ମିଳିବ। ବ୍ୟବସାୟରେ ଧୀର ମନ୍ଥର ଗତିରେ ଆଗେଇବେ। ଯାତ୍ରାଜଗରେ ବିପଦ ଅଛି। ଶତୃଠାରୁ ଦୂରେଇ ଯିବେ।
ସିଂହ: ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ପୁରାଣ ପଠନ ସାହିତ୍ୟ ଚର୍ଚ୍ଚା ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ମହିଳାମାନେ ମୂଲ୍ୟବାନ ଜିନିଷ ଲାଭ କରି ଖୁସି ହେବେ।
କନ୍ୟା: ଆଜି ସକାଳୁ ସକାଳୁ ଧାର କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବ। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ। ମହିଳାମାନେ ପଡ଼ୋଶୀଙ୍କ ସମ୍ପର୍କକୁ ନେଇ ପରିବାର ଭିତରେ ଅଶାନ୍ତି ସୃଷ୍ଟି କରିବେ।
ତୁଳା: ଧନ ହେତୁ ସୁଖ ମିଳିବ। ନିଜର ଅଧିକାର ହରାଇପାରନ୍ତି। ମନ ଅସ୍ଥିର ରହିବ। ନିଜ କାର୍ଯ୍ୟରେ ଲାଗି ରହିବେ। ବିପଦର ବଶବର୍ତ୍ତୀ ହେବେ। ଅନିଶ୍ଚିତତା ଅନୁଭବ କରିବେ।
ବିଛା: ଦୀର୍ଘ ସମୟର କାର୍ଯ୍ୟ ବ୍ୟବସ୍ଥା ହେତୁ ଶାରିରିକ କ୍ଲାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ଆକ୍ରମଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ପାରିବାରିକ ସମସ୍ୟା ସମାଧାନ ହୋଇଯିବ।
ଧନୁ: ଗବେଷଣା ରଚନାତ୍ମକ କାମ ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। ଆଜି ଯାତ୍ରାରେ ହାତରୁ ପଇସା ଖର୍ଚ୍ଚ କରି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଅବଶ୍ୟ ଏଥିରେ ଅଭିସନ୍ଧିମୂଳେ ଉଦ୍ଦେଶ୍ୟ ନିହତରହିବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ ହୋଇଯିବ।
ମକର: ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ। ଗୃହରୁ ଆନନ୍ଦ ମିଳିବ। ଯାତ୍ରାଦିରେ ଖର୍ଚ୍ଚ ବଢ଼ିବ। କଳହରେ ପଡ଼ି ପାରନ୍ତି। କାର୍ଯ୍ୟସଫଳ ହେବ। ଅସନ୍ତୋଷ ଦେଖାଦେବ।
କୁମ୍ଭ: ଭୋଜନାଦିରୁ ତୃପ୍ତି ହେବେ। ମାନସିକ କଷ୍ଟ ବଢ଼ିବ। ଶତୃତ୍ୱାରା ଅପଦସ୍ତହେବେ। ଆର୍ôଥକ ସମସ୍ୟାରେ ପଡ଼ିବେ। ଦିନସାରା ବ୍ୟସ୍ତ ରହିବେ। କର୍ତ୍ତୃପକ୍ଷଙ୍କ ସହ ମତଭେଦ ଘଟିପାରେ।
ମୀନ: ପରିବେଶରେ ନୂତନତ୍ୱ ଆସିପାରେ। ବିଶିଷ୍ଟ ଲୋକଙ୍କର ସହାୟତା ମିଳିବ। ନିଜ କାର୍ଯ୍ୟରେ ସମ୍ମାନିତ ହେବେ। ଅନ୍ୟ ପାଇଁ କାର୍ଯ୍ୟ କରିବେ। ଆକସ୍ମିକ ବ୍ୟୟଭାର ବଢ଼ିବ। ମହିଳାମାନେ ଗୃହକାର୍ଯ୍ୟରେ ମନବଳାଇବେ।










