30.1 C
Bhubaneswar
Thursday, May 21, 2026
Homeଓଡିଶାଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶେଷ ତାରିଖ ୩୦ ଏପ୍ରିଲ ୨୦୨୬ ଥିବାବେଳେ ବର୍ତ୍ତମାନ ଏହାକୁ ୯ ମେ’ ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ। ପୂର୍ବରୁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାର ୧୧ ମେ’ ୨୦୨୬ (ସୋମବାର) ଦିନ ଆୟୋଜିତ ହେବ । ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନଙ୍କୁ ଏହି ସମୟ ବୃଦ୍ଧିର ସୁଯୋଗ ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରାଯାଉଛି। ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି, ଆଗ୍ରହୀ ପ୍ରାର୍ଥୀଙ୍କ ଅନୁରୋଧକୁ ଧ୍ୟାନରେ ରଖି ଏହି ସମୟସୀମା ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ଅଧିକ ପ୍ରାର୍ଥୀ ଭାଗ ନେବାର ସୁଯୋଗ ପାଇପାରିବେ। ଓଡ଼ିଆ ସାମ୍ବାଦିକତା ଓ ଗଣମାଧ୍ୟମ ପ୍ରତି ଆଗ୍ରହୀ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବାକୁ ଅନୁଷ୍ଠାନ ପକ୍ଷରୁ ଅପେକ୍ଷା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଭର୍ତ୍ତି ସମ୍ବନ୍ଧୀୟ ତଥ୍ୟ ଆଇଆଇଏମସିର ୱେବସାଇଟ୍ରୁ ପାଇପାରିବେ। ଅଧିକ ତଥ୍ୟ ପାଇଁ ନିମ୍ନଲିଖିତ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking