29.1 C
Bhubaneswar
Sunday, May 5, 2024
Homeଓଡିଶାବନଖଣ୍ଡ ଅଧିନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢାଉ

ବନଖଣ୍ଡ ଅଧିନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢାଉ

ଯାଜପୁର : କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁର ରୋଡ୍ ବନବିଭାଗ ପକ୍ଷରୁ ଏହି ବନଖଣ୍ଡ ଅଧିନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇ ୫ଗୋଟି ହରିଣ ସିଙ୍ଗ, ଗୋଟିଏ ହାତୀ କଳଦାନ୍ତ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ୍ କରାଯାଇଛି । ଚଢାଉ ବେଳେ ଘଟଣା ସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ କର୍ମଚାରୀଙ୍କ ହାତରେ ଧରାପଡିଥିବା ବେଳେ ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଖୁବ୍ ଶୀଘ୍ର ସେମାନେ ବନବିଭାଗ ହାତରେ ଧରାପଡିବେ ବୋଲି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାଜପୁର ରୋଡ୍ ଏବଂ ଅନ୍ୟ ଜଣେ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଏହି କାରବାରରେ କୌଣସି ଏକ ରାକେଟ୍ କାର‌୍ୟ୍ୟ କରୁଥିବା ସନ୍ଦେହ କରାଯାଇଛି। ଏହାକୁ ଠାବ କରିବା ପାଇଁ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking