30.1 C
Bhubaneswar
Thursday, April 25, 2024
Homeଓଡିଶାପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ

ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ

ଯାଜପୁର : ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାର ୪ ମାସ ପରେ ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ । ଅଧ୍ୟକ୍ଷା ପିହୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆବଶ୍ୟକତା ପଡିଲେ କ୍ରାଇବାଂଚ ଦ୍ୱାରା ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି । ଅଧ୍ୟକ୍ଷା ପ୍ରଥମେ ଯାଜପୁରରେ ପହଂଚିବା ପରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଜିଲାରେ ଶିଶୁ ମାନଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ । ସେପଟେ ପିହୁ ନିଖୋଜ ସଂପର୍କରେ ଆଜି ପର‌୍ୟ୍ୟନ୍ତ ପୋଲିସ କୌଣସି ସୁରାକ ନ ପାଇବା ନେଇ ଧିରେ ଧିରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ପିହୁର ମା ପୋଲିସ ଉପରେ ଭରଷା ନାହିଁ,ସେଥିପାଇଁ ଏହାର ତଦନ୍ତ କ୍ରାଇମବ୍ରାଂଚ କିମ୍ବା ସିବିଆଇ ଦ୍ୱାରା କରିବାକୁ ସେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking