38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକୃଷକ ଆନ୍ଦୋଳନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କୃଷକ ଆନ୍ଦୋଳନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ : କୃଷକ ଆନ୍ଦୋଳନକୁ ନେଇ ଆଜି ଜାତୀୟ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତିି । ଏମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ଦୁଇ ନେତା ମଧ୍ୟ ଯୋଗ ଦେଇଥିଲେ । ଚାଷୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛି କଂଗ୍ରେସ । ଏହାସହ ୨ କୋଟି ଦସ୍ତଖତ ଥିବା ଏକ ଦାବିପତ୍ର ପ୍ରଦାନ କରିଛି । ତେବେ ବଡ଼ ପ୍ରତିନିଧି ଦଳକୁ ଅନୂମତି ନମିଳିବାରୁ ରାହୁଲ ଗାନ୍ଧୀ ଓ ଅନ୍ୟ ଦୁଇ ଜଣ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟିଥିଲେ । ସେପଟେ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନର କୌଣସି ସମାଧାନ ବାହାରି ପାରିନାହିଁ ଓ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କ ସହ ଆଲୋଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking