28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆରମ୍ଭ ହେଲା ’ ରାଫେଲ’ ଯୁଗ

ଆରମ୍ଭ ହେଲା ’ ରାଫେଲ’ ଯୁଗ

ନୂଆଦିଲ୍ଲୀ : ବାୟୁସେନାରେ ଆଜି ସାମିଲ ହୋଇଛି ୫ଟି ଶକ୍ତିଶାଳୀ ରାଫେଲ ଯୁଦ୍ଧ ବିମାନ । ସେଭେଣ୍ଟିନ ସ୍କ୍ୱାଡ୍ରନ୍ ଗୋଲଡେନ ଆରୋଜ୍‌ରେ ବିଧିବଧଭାବେ ସାମିଲ ହୋଇଛନ୍ତି । ହରିଆଣାର ଆମ୍ବାଲା ଏୟାରବେସ୍ରେ ଏନେଇ ସ୍ବତନ୍ତ୍ର କାର‌୍ୟ୍ୟକ୍ରମ ଆୟୋଜନ ହୋଇଛି, ଯେଉଁଥିରେ ଯୋଗ ଦେଇଛନ୍ତି ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି।
ବାୟୁସେନାକୁ ରାଫେଲ ହସ୍ତାନ୍ତର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ହସ୍ତାନ୍ତର ପୂର୍ବରୁ ସବୁ ଧର୍ମର ବିଧିବିଧାନ ଅନୁସାରେ ରାଫେଲର ପୂଜାଚ୍ଚର୍ନା ହୋଇଛି । ଆନୁଷ୍ଠାନିକ ଭାବେ ବାୟୁସେନାରେ ରାଫେଲ ସାମିଲ ହୋଇଛି । ରାଜନାଥ ସିଂହ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହୋଇଛି ।
ଏହି ସ୍ୱତନ୍ତ୍ର ଉତ୍ସବରେ ସିଡିଏସ ଜେନେରାଲ ବିପିନ ରାୱତ, ବାୟୁ ସେନାମୁଖ୍ୟ ଉପସ୍ଥିତ ରହିଛନ୍ତି । ଅମ୍ବାଲା ଏୟାର ଫୋର୍ସ ଷ୍ଟେସନର ସେଭେଟିନ ସ୍କ୍ୱାଡ୍ରନରେ ମୁତୟନ କରାଯାଇଛି । ପ୍ରଥମ ପର‌୍ୟ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଆଣିଛି ଭାରତ । ଅକ୍ଟୋବରରେ ଆଉ ୩/୪ଟି ଆସିବ। ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସ ମୋଟ ୩୬ଟି ଫାଇଟର ଜେଟ୍ ଦେବ । ୩୬ଟି ଫାଇଟର ଜେଟ୍ ଆଣିବାକୁ ୫୯ ହଜାର କୋଟିର ଚୁକ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking