30.1 C
Bhubaneswar
Sunday, May 5, 2024
Homeଓଡିଶାସୋମବାର ଠାରୁ ବାହାର ଜିଲ୍ଲାରୁ ଶବକୁ ବାରଣ

ସୋମବାର ଠାରୁ ବାହାର ଜିଲ୍ଲାରୁ ଶବକୁ ବାରଣ

ପୂରୀ : ସୋମବାର ଠାରୁ ପୂରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ପୁଣି ବନ୍ଦ ହେଲା ସ୍ୱର୍ଗଦ୍ୱାର । ଦିନକୁ ଦିନ କୋଭିଡ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧିି ପାଉଥିବାରୁ ପୂରୀ ଜିଲ୍ଲା ପ୍ରଶାସନ ଏ ଦିଗରେ ଚିନ୍ତା କରୁଥିବାର ସୂଚନା ମିଳିଥିଲା । ତେବେ ପ୍ରଶାସନ ପକ୍ଷରୁ ସୋମବାର ଦିନଠାରୁ ଏହା ବନ୍ଦ କରାଯିବା ନେଇ ନିଷ୍ପିତ୍ତି ହୋଇଛି ।

ଯେହେତୁ କୋଭିଡ ସଂକ୍ରମଣ ରାଜ୍ୟରେ ବ୍ୟାପିବାରେ ଲାଗିଲାଣି ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି । ଅଧିକରୁ ଅଧିକ ଶବ ସତ୍କାର ପାଇଁ ଜିଲ୍ଲା ବାହାରୁ ଲୋକମାନେ ଆସିଲେ ଏଠାରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି । ପୁର୍ବରୁ ୨୦୨୦ରେ ମଧ୍ୟ ଏଭିଳି ପଦକ୍ଷେପ ନିଆଯାଇ ଶବ ସତ୍କାର ସମ୍ପୁର୍ଣ୍ଣ ବନ୍ଦ କରିଦିଆ ଯାଇଥିଲା । କେବଳ ପୂରୀ ଜିଲ୍ଲାରେ ଲୋକ ମାନଙ୍କୁ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଥିଲା ।

ଅନ୍ୟପଟେ ପୂରୀ ସେବାୟତ ମାନଙ୍କୁ ସ୍ୱାସ୍ଥ୍ୟବୀମା ମିଳିବ ବୋଲି କୁହାଯାଇଛି । ପ୍ରତି ସେବାୟତଙ୍କ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ । ଗୁରୁତର ଅସୁସ୍ଥ ରହିଲେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ । କ୍ୟାନସର, କିଡୀନି ପ୍ରତିରୋପଣ କ୍ଷେତ୍ରରେ ୩ ଲକ୍ଷ ଅତିରିକ୍ତ ବୀମା ସୁରକ୍ଷା ଦିଆଯିବ । ୨୫ ଜଣ ପର୍ଯ୍ୟନ୍ତ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିବ । ଏନେଇ ଶ୍ରୀମନ୍ଦିର ପକ୍ଷରୁ ଟ୍ୱିଟ ଯୋଗେ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking