29.1 C
Bhubaneswar
Monday, May 6, 2024
Homeଓଡିଶାଶ୍ରୀମନ୍ଦିରର ସ୍ଥିତି ପରଖିଲେ ବିଶେଷଜ୍ଞ ଟିମ

ଶ୍ରୀମନ୍ଦିରର ସ୍ଥିତି ପରଖିଲେ ବିଶେଷଜ୍ଞ ଟିମ

ପୁରୀ : ଶ୍ରୀଜିଉମାନେ ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବା ପରେ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ସହ ବିଭିନ୍ନ ଅଂଶର ଲେଜର ସ୍କାନିଂ କରାଯିବା ସହ ବିଶେଷଜ୍ଞମାନେ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋର କମିଟି ସଦସ୍ୟ ଏନ.ସି ପାଲ ଓ ବିଶେଷଜ୍ଞ ପ୍ରଶାନ୍ତ ଚୌଧୁରୀ ମନ୍ଦିରକୁ ଯାଇ ବିଭିନ୍ନ ଅଂଶର ସ୍ଥିତି ପରଖିଥିଲେ । ଉଲ୍ଲେଖଯୋଗ୍ୟ ଯେ ଠାକୁରମାନେ ଶ୍ରୀମନ୍ଦିରରେ ନଥିବା ବେଳେ ପ୍ରତିବର୍ଷ ମନ୍ଦିରର ସ୍ଥିତି ଯାଞ୍ଚ କରାଯିବା ସହ ଆବଶ୍ୟକୀୟ ଜରୁରୀ ମରାମତି କରାଯାଇଥାଏ । ବିଶେଷଜ୍ଞମାନେ ଗର୍ଭଗୃହର ଚଟାଣ ଓ ପ୍ରଥମ ମହଲାର ସ୍ଥିତି ବୁଧବାର ଦିନ ଯାଞ୍ଚ କରିଥିବା ବେଳେ ନାଟ ମନ୍ଦିର, ଭୋଗମଣ୍ଡପ ଓ ରୋଷଘର କରିଡ଼ର ମଧ୍ୟ ଯାଞ୍ଚ କରାଯିବ । ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡ଼କାଯାଇଥିବା ବିଶେଷଜ୍ଞ ପ୍ରଶାନ୍ତ ଚୌଧୁରୀ ପ୍ରକାଶ କରିଛନ୍ତି ଯେ ମନ୍ଦିରର ଲାଇଟିନିଂ ପ୍ରୋଟେକ୍ସନ ସିଷ୍ଟମର ଅବସ୍ଥା ଯାଞ୍ଚ କରାଯିବ । ଏ ସମ୍ପର୍କରେ ଅନୁଧ୍ୟାନ ପାଇଁ ତାଙ୍କୁ ଡ଼କାଯାଇଛି ।

ଏହାର ମରାମତି କି ନବୀକରଣ ଆବଶ୍ୟକ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ । ଷ୍ଟାଫ ହୋଲଡ଼ିଂ ହୋଇ ନଥିବାରୁ ଯେତିକି ଦୂରରୁ ଦେଖାଯିବ ତାହା ଯାଞ୍ଚ କରାଯିବ । ଜଗମୋହନ ଓ ଏହାର ଚତୁଃପାଶ୍ୱର୍ ଅବସ୍ଥା ଯାଞ୍ଚ କରାଯିବା ସଙ୍ଗେ ସଙ୍ଗେ କି ପ୍ରକାର ମରାମତି ଆବଶ୍ୟକ ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି । ଶ୍ରୀମନ୍ଦିରରେ ଥିବା ଲାଇଟିନିଂ ପ୍ରୋଟେକ୍ସନ ସିଷ୍ଟମ ବଜ୍ରପାତ ପ୍ରଭାବରୁ ମନ୍ଦିରର ସୁରକ୍ଷା ପାଇଁ ଲଗାଯାଇଛି ତାହା ଆମେ ଯାଞ୍ଚ କରୁଛୁ । କୋର କମିଟି ସଦସ୍ୟ ଡ଼ଃ. ପାଲ କହିଛନ୍ତି ଯେ ପ୍ରତିବର୍ଷ ମହାପ୍ରଭୁ ରଥାରୂଢ଼ ହୋଇ ମନ୍ଦିର ଛାଡ଼ିବା ପରେ ମିଳିତ ଯାଞ୍ଚ କରାଯାଏ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ ଏହି ଯାଞ୍ଚ କରନ୍ତି । ସବୁ ଯାଞ୍ଚ ପରେ ଯାହା ମରାମତି ଦରକାର ତାହା ପ୍ରତିବର୍ଷ ଭଳି କରାଯିବ ।

ଗର୍ଭଗୃହର ଗ୍ରାଉଣ୍ଡ ଫ୍ଲୋର ଓ ଫାଷ୍ଟ ଫ୍ଲୋର ଆଜି ଯାଞ୍ଚ କରାଯାଇଛି । ନାଟ ମନ୍ଦିରର ପକେଟ, ଭୋଗମଣ୍ଡପ ଓ ରୋଷଘର କରିଡ଼ର ଯାଞ୍ଚ କରାଯିବ । ଜଗମୋହନର ବାହାରପାଶ୍ୱର୍ ଯୋଡ଼େଇ ସ୍ଥାନଗୁଡ଼ିକ ମଧ୍ୟ ଯାଞ୍ଚ ହେବ । ପ୍ରତ୍ନତତ୍ତ୍ୱ ବିଭାଗର ଅତିରିକ୍ତ ସଚିବ, ଇଞ୍ଜିନିୟର ଇନ ଚିଫ ଡ଼ିଜାଇନର ଅଧିକାରୀ, ବୈଷୟିକ ବିଶେଷଜ୍ଞ କମିଟିର ସଦସ୍ୟ ଓ ଏଏସଆଇର ବିଜ୍ଞାନ ଓ ସଂରକ୍ଷଣ ଅଧିକାରୀ ମନ୍ଦିର ସ୍ଥିତି ଯାଞ୍ଚ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking