39.1 C
Bhubaneswar
Wednesday, April 24, 2024
Homeଓଡିଶାସେଲ୍‌ଫି ହେଲା କାଳ

ସେଲ୍‌ଫି ହେଲା କାଳ

କଟକ : ବିପଦପୂର୍ଣ୍ଣ ସ୍ଥାନରେ ସେଲ୍‌ଫି ନେଇ ବାରମ୍ବାର ଅନେକ ମୃତ୍ୟୁମୁଖରେ ପଡ଼ୁଥିôବାର ଖବର ମିଳୁଥିଲେ ବି ଏଥିରୁ ଚେତୁ ନାହାନ୍ତି ଯୁବଗୋଷ୍ଠୀ । ଆଜି ଟ୍ରେନ ଲାଇନରେ ଅନଲାଇନ ଗେମ୍ ଖେଳିବା ସହିତ ସେଲଫି ନେବା ବେଳେ ଅଘଟଣ ଘଟିଛି । ଟ୍ରେନ୍ ଧକ୍କାରେ ଜଣେ ନାବାଳକ ନିଖୋଜ ହୋଇଥିଲା ବେଳେ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ଘଟଣା ଏକ ଦୁଖଃଦ ଘଟଣା ଘଟିଛି କଟକ ଖାନନଗର ଟ୍ରେନ୍ ଲାଇନ୍ ନିକଟରେ ।ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀଆଜି ସନ୍ଧ୍ୟା ବେଳେ ଶଙ୍କରପୁର ବିଶିନାବର ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ର ସୁଜିତ ମହାନ୍ତି ଓ ତାଙ୍କର ଚାରିଜଣ ସାଙ୍ଗ ଫ୍ରି ଫାୟାଡ଼ ନାମକ ଏକ ଅନଲାଇନ ଗେମ୍ ଖେଳୁଥିଲେ ।

ସେମାନେ ଖାନନଗର ଟ୍ରେନ ଲାଇନ୍‌ରେ ଛିଡ଼ା ହୋଇ ମୋବାଇଲରେ ସେଲଫି ନେଉଥିଲେ ଓ ଅନଲାଇନ ଗେମ ଖେଳୁଥିଲେ । ହଠାତ୍ ଏକ ଟ୍ରେନ ଆସିଥିଲା । ଏହି ସମୟରେ ସୁଜିତ ଖେଳରେ ମଜ୍ଜିଯାଇ ଟ୍ରେନ ଆସିଥିବା ଜାଣିନପାରି ଲାଇନ୍‌ରେ ରହିଯାଇଥିଲେ । ଟ୍ରେନ ଧକ୍କାରେ ନିଖୋଜ ହୋଇଯାଇଛନ୍ତି ସୁଜିତ । ଅପରପକ୍ଷେ ସାଙ୍ଗମାନେ ଟ୍ରେନଲାଇନ ଉପରୁ ଚାଲିଆସିଥିôବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଭିଡ଼ ଜମାଇଥିଲେ । ଟ୍ରେନ୍ ଲାଇନ୍‌ରେ ରକ୍ତ ପଡ଼ିଥିଲା ସିନା ସୁଜିତଙ୍କ ଶରୀର କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୁଜିତଙ୍କ ଶରୀର ଟ୍ରେନ୍‌ରେ ଲାଖି ଯାଇଥିବ ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking