30.1 C
Bhubaneswar
Sunday, May 19, 2024
Homeଓଡିଶାଆର୍‌ଟିପିସିଆର୍ ଟେଷ୍ଟ୍ ପାଇଁ ସାମ୍ପଲ୍ ସଂଗ୍ରହ ବିଳମ୍ବ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଆର୍‌ଟିପିସିଆର୍ ଟେଷ୍ଟ୍ ପାଇଁ ସାମ୍ପଲ୍ ସଂଗ୍ରହ ବିଳମ୍ବ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ : ଆର୍‌ଟିପିସିଆର୍ ଟେଷ୍ଟ୍ ପାଇଁ ସାମ୍ପଲ୍ ସଂଗ୍ରହ ବିଳମ୍ବ କରାଯାଉଥିବା ଦର୍ଶାଇ ରୁଜୁ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ହୋଇଛି । ଆବେଦନକାରୀ ସଞ୍ଜୀବ୍ ପାଟଯୋଶୀଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ମାମଲାର ଶୁଣାଣିବେଳେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍‌ପିଟାଲ୍‌ରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଛି ବୋଲି ଦର୍ଶାଯାଇଥିଲା ।

ସେହିପରି ଗ୍ରାମାଞ୍ଚଳ ଓ ବ୍ଲକ୍ ସ୍ତରରେ ଆର୍‌ଟିପିସିଆର୍ ଟେଷ୍ଟ୍ ପାଇଁ ସାମ୍ପଲ୍ ସଂଗ୍ରହ ବିଳମ୍ବ କରାଯାଉଛି ଓ ଏଥି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ନାହିିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଆର୍‌ଟିପିସିଆର୍ ଟେଷ୍ଟ୍ ପାଇଁ ସଂଗ୍ରହ କରାଯାଉଥିବା ସାମ୍ପଲକୁ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଉଥିବାରୁ ରିପୋର୍ଟ ଆସିବାକୁ ବହୁ ବିଳମ୍ବ ହେଉଛଇ ବୋଲି ଦର୍ଶାଯାଇଛି । ସେହୌପିରି ସଙ୍ଗରୋଧ ଓ ଗ୍ରାମାଞ୍ଚଳରେ ଆମ୍ବୁଲାନସ୍ ବ୍ୟବସ୍ଥା ଉପଲବ୍ଧ ନଥିବାରୁ ରୋଗୀମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିବା ସହ ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking