32.1 C
Bhubaneswar
Saturday, May 4, 2024
Homeଓଡିଶାକଟକଣା ସତ୍ତ୍ୱେ ଗୁଣ୍ଡିଚା ମନ୍ଦିରରେ ପୁଲିସ ସହ ପଶିଲେ ପୁରୁଷ ଓ ମହିଳା

କଟକଣା ସତ୍ତ୍ୱେ ଗୁଣ୍ଡିଚା ମନ୍ଦିରରେ ପୁଲିସ ସହ ପଶିଲେ ପୁରୁଷ ଓ ମହିଳା

ପୁରୀ : କରୋନା କଟକଣା ଯୋଗୁଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରୀଙ୍କ ପ୍ରବେଶ ବନ୍ଦ ଥିବା ବେଳେ ମଙ୍ଗଳବାର ଜଣେ ମହିଳା ଓ ଜଣେ ପୁରୁଷ ଭକ୍ତ ପୁଲିସ କର୍ମଚାରୀଙ୍କ ସହାୟତାରେ ଗୁଣ୍ଡିଚା ଘରେ ପ୍ରବେଶ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବାହାରର ଏହି ବ୍ୟକ୍ତି ଦ୍ୱୟ କିଏ, ସେମାନଙ୍କୁ କିଏ ଆଣିଥିଲା ଓ ସେମାନେ କିପରି ଭିତରକୁ ଯାଇପାରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦମ୍ପତ୍ତି ଭଳି ପ୍ରତୀତ ହେଉଥିବା ପୁରୁଷ ଓ ମହିଳା ଏକ ଧଳା ବୋଲେରୋ ଗାଡ଼ିରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ ଓ ପୁଲିସ ସହିତ ମନ୍ଦିରର ଚୋରା ଦ୍ୱାର ଖୋଲି ଭିତରକୁ ଯାଇ କିଛି ସମୟ ପରେ ଫେରି ଆସିଥିଲେ ।

ସେମାନେ ମନ୍ଦିରକୁ ଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ସେମାନେ ଆସିଥିବା ଗାଡ଼ି ଜଣେ ପୁଲିସ କର୍ମଚାରୀ ଚଳାଉଥିବା ଦେଖାଯାଇଥିଲା । ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସମ୍ପୃକ୍ତ କର୍ମଚାରୀଜଣକ “ଆମେ ଭିତରକୁ ଯାଉଥିଲୁ” କିନ୍ତୁ ମନା କରିବାରୁ ଫେରିଆସିଲୁ” ବୋଲି ସଫେଇ ଦେଇଥିଲେ । ଏହି ଘଟଣା ଗୁଣ୍ଡିଚା ମନ୍ଦିରର ନିରାପତ୍ତା ନେଇ ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking