37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସୀମା ବିବାଦ : ସୁପ୍ରିମ କୋର୍ଟ ଯିବ ଆସାମ

ସୀମା ବିବାଦ : ସୁପ୍ରିମ କୋର୍ଟ ଯିବ ଆସାମ

ନୂଆଦିଲ୍ଲୀ : ମିଜୋରାମ ସହ ସୀମା ବିବାଦ ମାମଲାରେ ଆସାମ ସୁପ୍ରିମ କୋର୍ଟ ଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଙ୍ଗଳବାର କହିଛନ୍ତି । ଏହା ସହିତ ଆସାମର ଇଞ୍ଚେ ଜମି କେହି ବି ନେଇପାରିବେ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି । ମିଜୋରାମ ସହ ସୀମା ବିବାଦକୁ ନେଇ ଘଟିଥିବା ସଂଘର୍ଷରେ ଆସାମ ପୁଲିସର ୬ ଜଣ ଜବାନଙ୍କ ମୃତ୍ୟୁ ଘଟିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ବିଶ୍ୱ ସର୍ମା ଏହି ପ୍ରତିକ୍ରିୟା ଦେଇଛନ୍ତି । ଏହା ଦୁଇ ରାଜ୍ୟ ମଧ୍ୟରେ ସୀମା ସମସ୍ୟା ହୋଇଥିବା ବେଳେ କୌଣସି ରାଜନୈତିକ ବିବାଦ ନୁହେଁ ବୋଲି ସେ କହିବା ସହ ରାଜ୍ୟ ସରକାର ସୁପ୍ରିମ କୋର୍ଟ ଯିବେ ବୋଲି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଆମେ ରାଜ୍ୟର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ, କେହି ଆମର ଗୋଟିଏ ଇଞ୍ଚ୍ ଜମି ନେଇପାରିବ ନାହିଁ ।

ଦୁଇ ରାଜ୍ୟର ଜମିକୁ ନେଇ ନୁହେଁ ବରଂ ଜଙ୍ଗଲକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ତେବେ ଆସାମ ଜଙ୍ଗଲକୁ ସୁରକ୍ଷା ଦେବାକୁ ଚାହୁଁ । ଜଙ୍ଗଲକୁ ନେଇ ଆମେ କୌଣସି ବୁଝାମଣା କରିବାକୁ ଚାହୁଁ ନାହୁଁ । ଏହା ଏକ ରିଜର୍ଭ ଜଙ୍ଗଲ ଏବଂ ସାଟେଲାଇଟ୍ ଚିତ୍ରରୁ ଏହାକୁ ଅତିକ୍ରମଣ କରାଯାଇଥିବା ସ୍ପଷ୍ଟ ଭାବେ ଜଣାଯାଉଛି ବୋଲି ବିଶ୍ୱ ସର୍ମା କହିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସାମ-ମିଜୋରାମ ସୀମାରେ ଗୁଳିଚାଳନା ବେଳେ ମିଜୋରାମ ପ୍ରତିପକ୍ଷ ଜୋରାମ୍‌ଥାଙ୍ଗାଙ୍କୁ ୬ ଥର ଫୋନ୍ କରିଥିଲେ । ସେ ଏହା ଉପରେ ଆଲୋଚନା ପାଇଁ ତାଙ୍କୁ ଆଇଜଲ୍ ଯିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ବୋଲି ବିଶ୍ୱ ସର୍ମା କହିଛନ୍ତି । ଆସାମର କାଚର୍ ଜିଲ୍ଲା ଲଇଲାପୁର ଗ୍ରାମବାସୀ ଓ ପଡୋଶୀ ମିଜୋରାମର କୋଲାସିବ ଜିଲ୍ଲାର ଭାଇରେଙ୍ଗ୍‌ଟେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାରୁ ଏହି ସଂଘର୍ଷ ଘଟିଥିଲା । ଅନ୍ୟପକ୍ଷରେ ମିଜୋରାମ ମାଟିରେ ଆସାମ ସରକାରଙ୍କ ଏହି ଅନ୍ୟାୟୋଚିତ କାର୍ଯ୍ୟକୁ ମିଜେରାମ ମୁଖ୍ୟମନ୍ତ୍ରୀ ଜୋରାମ୍‌ଥାଙ୍ଗା ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking