27.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ୧୦୭୯ ଟିକା କେନ୍ଦ୍ରରେ ଟିକାକରଣ

ଆଜି ୧୦୭୯ ଟିକା କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର : ଆଜି  ରାଜ୍ୟରେ ୧୦୭୯ ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେବଳ କୋରାପୁଟରେ ଟିକାକରଣ ହେବନି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅନ୍ୟପଟରେ ରାଜ୍ୟରେ ମଙ୍ଗଳବାର  ୧ଲକ୍ଷ ୯୨ ହଜାର ୯୫୮ ଟିକା ଦେଇଛନ୍ତି । ଫଳରେ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୧କୋଟି ୫୭ଲକ୍ଷ ୮୬ହଜାର ୧୭୬ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ୧କୋଟି ୨୦ଲକ୍ଷ ୪୫ହଜାର ୭୭୧ଜଣ ପ୍ରଥମ ଜୋଡ୍ ନେଇଥିଲାବେଳେ ୩୭ଲକ୍ଷ ୪୦ହଜାର ୪୦୫ଜଣ ଦ୍ୱିତୀୟ ଟିକା ନେଇଛନ୍ତି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ  ୫୦ ହଜାର ୬୨୭ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୭୬ହଜାର ୩୧ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୩ ଲକ୍ଷ ୪୪ ହଜାର ୩୩୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୨୧ହଜାର ୮୭୨ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୪୬ଲକ୍ଷ ୧୯ହଜାର ୫୬୦ ପ୍ରଥମ ଡୋଜ୍ ଓ ୩ଲକ୍ଷ ୫୩ହଜାର ୭୩୦ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୬୭ଲକ୍ଷ ୩୧ହଜାର ୨୫୨ ଜଣ ପ୍ରଥମ ଡୋଜ୍ ଓ ୨୮ ଲକ୍ଷ ୮୮ ହଜାର ୭୭୨ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ଗର୍ଭବତୀ ମହିଳାମାନେ ଟିକା ନେବାକୁ ଆଗ୍ରହ ପ୍ରକାଶ କଲେଣି । ଆଜି ରାଜ୍ୟରେ ୨ହଜାର ୯୪୪ ଗର୍ଭବତୀ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ମୋଟ ୨୮ହଜାର ୫୪୩ ଗର୍ଭଗତୀ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking