39.1 C
Bhubaneswar
Friday, April 26, 2024
Homeଓଡିଶାବିଧି ପାଳନ ପାଇଁ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଓ ଚନ୍ଦନ ଯାତ୍ରା

ବିଧି ପାଳନ ପାଇଁ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଓ ଚନ୍ଦନ ଯାତ୍ରା

ପୁରୀ( ରାକେଶ କୁମାର ନନ୍ଦ) : ଆଜି ପବିତ୍ର ଅକ୍ଷେୟ ତୁର୍ତିୟା ! ଏହି ଅକ୍ଷେୟ ତୁର୍ତିୟା ଅବସରରେ ମହାପ୍ରଭୁ ଙ୍କ ନରେନ୍ଦ୍ର ପୁଷ୍କରିଣୀ ରେ ଚନ୍ଦନ ଯାତ୍ରା ନୀତି ଏବଂ ଏହି ତିଥିରେ ରାଜା ନହର ସମୁଖରେ ରଥନିର୍ମାଣ ଅନୁକୂଳ ହୋଇଥାଏ ! କିନ୍ତୁ ମହାମାରୀ କରୋନା କୁ ଆଖି ଆଗରେ ରଖି ଏ ସମସ୍ତ ନୀତି ରୀତି ମଦିର ଭିତରେ ଅନୁଷ୍ଠିତ ହେବ !ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ନୀତି ଶ୍ରୀ ମନ୍ଦିର ର ମାଜନା ମଣ୍ଡପ ରେ ହେବ ! 2 ଟି ବଡ ପିତଳ କୁଣ୍ଡ ପ୍ରସ୍ତୁତ ହୋଇ ମହାପ୍ରଭୁ ଙ୍କ ନୀତି ଅନୁଷ୍ଠିତ ହେବ ! ସେଠାରେ 2 ଟି ଡ଼ଙ୍ଗା ସଦୃସ୍ୟ କାଠ ରେ ନିର୍ମାଣ ହୋଇ ମୁକ୍ତି ମଣ୍ଡପ ନିକଟରେ ରହିବ ! ଏହି 2 ଟି ଡ଼ଙ୍ଗା ରେ ଶ୍ରୀ ମଦନ ମୋହନ, ଶ୍ରୀଦେବୀ, ଭୁ ଦେବି, ରାମ କୃଷ୍ଣ, ଓ ପଞ୍ଚୁ ମହାଦେବ ବିଜେ କରିବେ !

ସେଠାରେ ବିଡିଆ ମଣହି ନୀତି ହେବା ପରେ ସମସ୍ତ ଠାକୁର ମାଜନା ମଣ୍ଡପ ନିକଟରେ ଥିବା 2 ଟି କୁଣ୍ଡ ରେ ବିଜେ କରିବେ ! ପରେ ମାଣ୍ଡୁଅ ଭୋଗ ହୋଇ ଶ୍ରୀ ମଦନ ମୋହନ, ଶ୍ରୀଦେବୀ, ଭୁଦେବୀ, ରାମ କୃଷ୍ଣ, ଓ ପଞ୍ଚୁ ମହାଦେବ ଙ୍କ ବେଶ ବଢିବ ! ତାପରେ ସମସ୍ତ ଠାକୁର ସେହି କାଠ ନିର୍ମିତ ଡ଼ଙ୍ଗା ସଦୃଶ ଚାପ କୁ ବିଜେ କରିବେ ! ସେହିପରି ରଥନିର୍ମାଣ ଅନୁକୂଳ ହେବ ! ପ୍ରତିବର୍ଷ ରାଜା ନହର ସମୁଖରେ ଏହି ନୀତି ଅନୁଷ୍ଠିତ ହୁଏ କିନ୍ତୁ କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଉକ୍ତ ନୀତି ଶ୍ରୀ ମନ୍ଦିର ବାହାର ବେଢାରେ ଅନୁଷ୍ଠିତ ହେବ ! ଏହା ରଥ ପ୍ରତିଷ୍ଠା ମଣ୍ଡପ ଏବଂ ସ୍ନାନ ମଣ୍ଡପ ଭିତରେ ଥିବା ସ୍ଥାନ ରେ ଆଜ୍ଞାମାଳ ବିଜେ ହୋଇ ଯଥା ବିଧିରେ ସମାପନ ହେବ ! ଏହି ବନଯୋଗ ନୀତି ରେ 11 ଜଣ ସ୍ତୋତ୍ରିୟ ବ୍ରାହ୍ମନ ଓ 2 ଜଣ ଦେଉଳ ପୁରହିତ ଙ୍କ ଦ୍ୱାରା ସମାପନ ହେଉଥିବା ବେଳେ କରୋନା କଟକଣା ପାଇଁ 7 ଜଣ ଙ୍କ ଦ୍ୱାରା ଏହି କାର୍ଯ୍ୟ ସମାପନ ହେବ !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking