23.1 C
Bhubaneswar
Monday, January 24, 2022
Homeକରୋନାରାଉରକେଲାର ନାଲାରୋଡ କଣ୍ଟେନମେଣ୍ଟ ଜୋନ୍

ରାଉରକେଲାର ନାଲାରୋଡ କଣ୍ଟେନମେଣ୍ଟ ଜୋନ୍

ରାଉରକେଲା: ରାଉରକେଲାରୁ ଜଣେ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏବେ ରାଉରକେଲା ସହରର ନାଲାରୋଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ରାଉରକେଲା ପୌରନିଗମ । ସଂପୃକ୍ତ ଅଞ୍ଚଳରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜନତା ନିବାସ ଲେନରୁ ମହତାବ ରୋଡ ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଡେଲି ମାର୍କେଟର ଅଣ୍ଡା ଓ ପରିବା ଲେନରୁ ରେଲଓ ଲାଇନ ସୀମା ଯାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆନନ୍ଦ ଭବନ ଲେନରୁ ରିଂଗରୋଡ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଛି । ମୁଖ୍ୟ ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରୁ ଆନନ୍ଦଭବନ ଓ ବିଗ୍ ବଜାର ଲେନ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ବିଗ୍ ବଜାର ସାଇଡ ଲେନରୁ ନେତାଜୀ ମାର୍ଗ-ରେଲଓ ଲାଇନ ସୀମା ହେଉଛି କଣ୍ଟେନମେଣ୍ଟ ଅଂଚଳ । ପାଓାର ହାଉସ ରୋଡରୁ ରିଂଗ ରୋଡ କଣ୍ଟେନମେଣ୍ଟଅଚଂଳ ଘୋଷଣା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking