29.1 C
Bhubaneswar
Sunday, May 26, 2024
Homeଓଡିଶାକେମିକାଲ୍ କାରଖାନାକୁ ବିରୋଧ : ମରିଯିବୁ ପଛେ ଗାଁ, ମାଟି ଛାଡ଼ିବୁ ନାହିଁ 

କେମିକାଲ୍ କାରଖାନାକୁ ବିରୋଧ : ମରିଯିବୁ ପଛେ ଗାଁ, ମାଟି ଛାଡ଼ିବୁ ନାହିଁ 

ଝାରସୁଗୁଡା: କୋଲାବିରା ବ୍ଲକ୍ ପରମାନପୁର ପଞ୍ଚାୟତରେ ହେବାକୁଥିବା କେମିକାଲ କାରଖାନକୁ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଏବଂ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏଥିପାଇଁ ଆଜି ସେମାନେ ଝାରସୁଗୁଡା ବେହେରାମାଲ ଛକରୁ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଏକ ପଦଯାତ୍ରା ଅନୁଷ୍ଠିତ କରି ମରିଯିବୁ ପଛେ କେମିକାଲ କାରଖାନା ପାଇଁ ଗାଁ, ମାଁ ମାଟି ଛାଡିବୁ ନାହିଁର ନାରା ଦେଇଛନ୍ତି । ଏହାସହ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି କେମିକାଲ କାରଖାନା ତିଆରି ପ୍ରସ୍ତାବ ଉପରେ ରୋକ ଲାଗାଯାଉବୋଲି କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପରମାନପୁର ପଞ୍ଚାୟତବାସୀ ବିଶେଷ ଭାବରେ ଚାଷ ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଛନ୍ତି । କେମିକାଲ କାରଖାନା ତିଆରି ହେଲେ ଉଭୟ ଜଙ୍ଗଲ ଓ ଚାଷ ଜମି ନଷ୍ଟ ହେବ । ଫଳରେ ଲୋକେ ନିଜର ସର୍ବସ୍ୱ ହରାଇ ରୋଗବ୍ୟାଧିର ଶିକାର ହୋଇ ମୃତ୍ୟୁ ମୁଖରେ ପଡିବେ । ତେଣୁ ସବୁଜ ସୁନ୍ଦର ପରମାନପୁର ପଞ୍ଚାୟତକୁ କାରଖାନା ହାତକୁ ଟେକି ଦିଆ ନଯାଉବୋଲି ଲୋକେ ଦାବି କରିଛନ୍ତି । କମ୍ପାନୀ ତିଆରି ପାଇଁ ଏଠାରେ ଚାଲିଥିବା ଯୋଜନାକୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବନ୍ଦ କରାଯାଉ । ନଚେତ୍ ଆଗାମୀ ଦିନରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ଚେତବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking