33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍‌ର ନିର୍ଦ୍ଦୟ ଅତ୍ୟାଚାର

ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍‌ର ନିର୍ଦ୍ଦୟ ଅତ୍ୟାଚାର

ନୂଆଦିଲ୍ଲୀ: ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍‌ର ନିର୍ଦ୍ଦୟ ଅତ୍ୟାଚାର । ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍‌ଜିୟାଙ୍ଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି । ଏହି ନିର୍ଯାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତାମାନେ ଏହି ଅପରାଧର ଭୟାନକ ସତକୁ ବଖାଣିଛନ୍ତି । ପ୍ରଥମ ଥର ପାଇଁ ନିଜେ ଚୀନ୍‌ର ଜଣେ ପୋଲିସ୍ ଉଇଗୁର୍ ଉପରେ ହୋଇଥିବା ଭୟଙ୍କର ନିର୍ଯାତନା ବିଷୟରେ ପ୍ରକାଶ କରିଛନ୍ତି । ଚୀନ୍ ପୋଲିସ୍ ଜିଆଙ୍ଗ କହିଛନ୍ତି ଯେ, ଶିନ୍‌ଜିୟାଙ୍ଗରେ ସୁରକ୍ଷା ବାହିନୀ ଦ୍ୱାରା ଉଇଗୁର ମୁସଲମାନଙ୍କୁ ଗିରଫ କରାଯାଇ କୋଠରୀରେ ବନ୍ଦ ରଖାଯାଏ, ଏହାପରେ ସେମାନକୁ ରଶି ଦ୍ୱାରା ଚେୟାରରେ ବନ୍ଧାଯାଏ ଏବଂ ସେମାନଙ୍କୁ ନିର୍ଦ୍ଧୁମ ପିଟାଯାଏ । କେବଳ ସେତିକି ନୁହେଁ, ତାଙ୍କୁ ବିବସ୍ତ୍ର କରାଯାଇ ତାଙ୍କ ପିଠିରେ ଚାବୁକ ମାଡ଼ କରାଯାଏ । ଏମିତିକି ସେମାନଙ୍କୁ ପିଟି ପିଟି ହତ୍ୟା ମଧ୍ୟ କରାଯାଏ । ଏହିପରି ଅଧିକାଂଶ ନିର୍ଯାତନାରେ ଲୋକମାନେ ପ୍ରାଣ ହରାଇଥାନ୍ତି । ଜିଆଙ୍ଗ କହିଛନ୍ତି ଯେ ନିର୍ଯାତନାର ତୃତୀୟ ପର୍ଯ୍ୟାୟରେ, ଉଇଗୁରଙ୍କର ଗୁପ୍ତାଙ୍ଗରେ କରେଣ୍ଟ ପ୍ରୟୋଗ କରାଯାଏ । ମହିଳାମାନଙ୍କ ହାତକୁ ଟେବୁଲ ଉପରେ ରଖାଯାଇ ଅମାନବୀୟ ଭାବେ ପିଟି ଚାଲନ୍ତି । ଏତେ ମାଡ ମରାଯାଏ ଯେ ତାଙ୍କ ହାତରୁ ରକ୍ତ ପ୍ରବାହ ବନ୍ଦ ହୁଏ ନାହିଁ । ବିଶେଷ କରି ୧୪ ବର୍ଷର ଛୋଟ ପିଲାଙ୍କୁ ଅଧିକ ନିର୍ଯାତନା ଦିଆଯାଉଛି । ଜିଆଙ୍ଗ କହିଛନ୍ତି ଯେ, ଯଦି ଜଣେ ଉଇଗୁରୁ ସେମାନଙ୍କର ଦାରିଦ୍ର‌୍ୟ କିମ୍ବା ଶିନ୍‌ଜିୟାଙ୍ଗରୁ ବାହାରକୁ ଯିବାକୁ ନିବେଦନ କରେ, ତେବେ ସେମାନଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking