33.1 C
Bhubaneswar
Wednesday, April 24, 2024
Homeଓଡିଶାଆସୁଛି ଧର୍ମମାସ କାର୍ତ୍ତିକ: ଚିନ୍ତା ବଢ଼ାଇଛି ମହଙ୍ଗାମାଡ଼

ଆସୁଛି ଧର୍ମମାସ କାର୍ତ୍ତିକ: ଚିନ୍ତା ବଢ଼ାଇଛି ମହଙ୍ଗାମାଡ଼

ଭୁବନେଶ୍ୱର: ଆସନ୍ତା ୨୦ରେ କୁମାର ପୂର୍ଣ୍ଣିମା ପଡ଼ୁଥିବାବେଳେ ୨୧ ତାରିଖରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି । ତେବେ ଚଳିତ ବର୍ଷ କରୋନା ଜନିତ କଟକଣା କାରଣରୁ ହବିଷ୍ୟାଳିମାନେ ଚିନ୍ତାରେ ଅଛନ୍ତି । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଧର୍ମମାସରେ ପୂଜାବ୍ରତ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଓଡ଼ିଶାବାସୀ ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ କରୋନା କଟକଣାକୁ ଦୃଷ୍ଟିରେ ରଖି ଧର୍ମମାସ ପାଇଁ ଅନେକ ଆଗୁଆ ସଜବାଜ ଆରମ୍ଭ କରି ଦେଇଛନ୍ତି । ଧର୍ମମାସରେ ପରିବାର ଚଢ଼ାଦର ଓ କରୋନା କଟକଣା ମଧ୍ୟରେ କିଣାବିକା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଧର୍ମମାସରେ ଅଧିକାଂଶ ଆମିଷ ତ୍ୟାଗ କରିଥା’ନ୍ତି । ତେବେ ପନିପରିବା ଦରକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଆଳୁ ଓ ଟମାଟୋ ଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ଚଢ଼ାଦରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି । ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଛି । ପ୍ରକାର ଅନୁସାରେ ବିନ୍ସର ମୂଲ୍ୟ ୫୦ରୁ ୭୦ ଟଙ୍କା ରହିଛି । ସେହିପରି ସାରୁ ଦାମ୍ କେଜି ପ୍ରତି ୪୦ ଟଙ୍କା ଓ ଦେଶୀଆଳୁ ଦାମ୍ କେଜି ପ୍ରତି ୫୦ ଟଙ୍କା ରହିଛି । କଖାରୁ କେଜି ପ୍ରତି ୩୦ ଟଙ୍କା ଓ ଅମୃତଭଣ୍ଡା କେଜି ପ୍ରତି ୨୫ ଟଙ୍କା ରହିଛି । କଞ୍ଚାଲଙ୍କ କେଜି ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ସିମଳା ଲଙ୍କାର ଦାମ ମଧ୍ୟ ୧୪୦ରୁ ୧୫୦ ଟଙ୍କା ରହିଛି । ସେହିପରି ବିଟ୍ ଓ ଗାଜର ୪୦ରୁ ୫୦ ଟଙ୍କା ପ୍ରତି କେଜି ବିକ୍ରି ହେଉଛି । ଅନ୍ୟପଟେ ଲାଉ ୩୦ଟଙ୍କା ଓ ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି । ଫୁଲ କୋବି ଗୋଟା ପ୍ରତି ୫୦ ଟଙ୍କା ଓ ବନ୍ଧାକୋବି କେଜି ପ୍ରତି ୫୦ ଟଙ୍କା ରହିଛି । ସେହିପରି ଝୁଡ଼ଙ୍ଗ ମଧ୍ୟ କେଜି ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ତେବେ କାର୍ତ୍ତିକରେ ଶାଗର ଚାହିଦା ଯଥେଷ୍ଟ ଅଧିକ ରହୁଥିବାବେଳେ ଏହା ବିଡ଼ା ପ୍ରତି ୧୦ ଟଙ୍କାରେ ବିକ୍ରି ହେଉଛି । ଏବେଠୁ ଦର ଏମିତି ରହିଥିବାବେଳେ ପୂରା ୩୦ ଦିନରେ ପରିବା ଖର୍ଚ୍ଚକୁ ନେଇ ଲୋକଙ୍କୁ ଚିନ୍ତା ଘାରିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking