35.1 C
Bhubaneswar
Monday, June 17, 2024
Homeଓଡିଶାରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ: ରାସ୍ତାରେ ପ୍ରସବ କଲେ ମହିଳା, ଚାଲିଗଲା ଜୀବନ

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ: ରାସ୍ତାରେ ପ୍ରସବ କଲେ ମହିଳା, ଚାଲିଗଲା ଜୀବନ

ନୟାଗଡ: ସରକାର ଗ୍ରାମାଞ୍ଚଳ​‌ରେ ଉତ୍ତମ ଯୋଗାଯୋଗର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏବେ ବି ଏମିତି କିଛି ଗାଁ ଅଛି ଯେଉଁଠିକି ଯିବାକୁ ଭଲ ରାସ୍ତା ଖଣ୍ଡିଏ ବି ନାହିଁ। ଗାଁର କାହାରି ଦେହ ଖରାପ ହେଲେ ଯାଇପାରୁନି ଆମ୍ପୁଲାନ୍ସ। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଣପାଜୁ ଗାଁରେ। ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ।

ଶନିବାର ଗାଁର ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତା ମଲ୍ଲିକଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ଯାଇଥିଲା। ହେଲେ ରାସ୍ତା ଖରାପ ଯୋଗୁଁ କଣପାଜୁ ଗାଁଠାରୁ ପ୍ରାୟ ୨ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ପରିବାର ଲୋକ ସବିତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଉଥିଲେ। ତେବେ ସେମାନେ ପ୍ରାୟ ୧ କିଲୋମିଟର ଆସିବା ପରେ ସବିତାଙ୍କ ଗର୍ଭଯନ୍ତ୍ରଣା ବଢ଼ି ଯାଇଥିଲା ଓ ସେ ବାଟରେ ପ୍ରସବ କରିଥିଲେ। ଏହା ପରେ ଉଭୟ ମା’ ଓ ଛୁଆକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଏବଂ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେଠାରେ ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ। ଏବେବି ମେଡିକାଲରେ ନବଜାତ ଶିଶିର ଚିକିତ୍ସା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking