35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶପେଟିଏମ୍ ବନ୍ଦ କରିବ ତା'ର ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ

ପେଟିଏମ୍ ବନ୍ଦ କରିବ ତା’ର ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ

ନୂଆଦିଲ୍ଲୀ: ପେଟିଏମ ବୀମା କ୍ଷେତ୍ରର ନିୟାମକ ଆଇଆରଡିଏଆଇକୁ ଦିଆଯାଇଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି । ଏବେ କମ୍ପାନୀ ବୀମା ପ୍ରଡକ୍ଟ ତିଆରି କରିବା ପରିବର୍ତ୍ତେ କେବଳ ବିତରଣ ଉପରେ କାମ କରିବ । ଫିନଟେକ୍ କମ୍ପାନି ପେଟିଏମ୍ ବୀମା କମ୍ପାନି ହେବାର ସ୍ୱପ୍ନ ଶେଷ ହୋଇଯାଇଛି । ଏହା ସହିତ ପେଟିଏମ୍ ଜେନେରାଲ ଇନସ୍ୟୁରାନ୍ସ ଲିମିଟେଡ୍ (ପିଜିଆଇଏଲ୍)ର ଯାତ୍ରା ଶେଷ ହୋଇଛି।
ନୋଏଡାସ୍ଥିତ ପେଟିଏମ୍ ନିଜର ବୀମା କମ୍ପାନୀ ପେଟିଏମ୍ ଜେନେରାଲ ଇନସ୍ୟୁରାନ୍ସକୁ ଆଉ ଚଳାଇବ ନାହିଁ ବୋଲି କହିଛି। ଏ ସଂକ୍ରାନ୍ତରେ କମ୍ପାନି ଆଇଆରଡିଏକୁ ସୂଚୀତ କରିଛି । ପେଟିଏମର ମୂଳ କମ୍ପାନୀ ୱାନ୍ ୯୭ କମ୍ୟୁନିକେସନର ସହାୟକ ସଂସ୍ଥା ପେଟିଏମ୍ ଜେନେରାଲ୍ ଇନସ୍ୟୁରାନ୍ସ ଏବେ ବୀମା ବଣ୍ଟନ ଉପରେ ଧ୍ୟାନ ଦେବ। ପେଟିଏମ୍ ଇନସ୍ୟୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ୍ (ପିଆଇବିପିଏଲ୍) ଜରିଆରେ ଏହି କାମ କରାଯିବ। ସେ ବୀମା ପ୍ରଡକ୍ଟକୁ ବଜାରକୁ ଆଣିବାର ଇଚ୍ଛା ଛାଡି ଦେଇଛନ୍ତି । ଓ୍ଵାନ୯୭ କମ୍ୟୁନିକେସନ୍ ପେଟିଏମ୍ ଜେନେରାଲ୍ ଇନସ୍ୟୁରାନ୍ସରେ ପ୍ରାୟ ୯୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଥିଲା। ଏବେ କମ୍ପାନୀ ଏହି ଟଙ୍କା ସଞ୍ଚୟ କରିପାରିବ । ମେ ୨୦୨୨ରେ କମ୍ପାନୀ ପେଟିଏମ୍ ଜେନେରାଲ ଇନସ୍ୟୁରାନ୍ସରେ ନିବେଶ କରିବା ପାଇଁ ୧୦ ବର୍ଷର ଯୋଜନା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking