40.1 C
Bhubaneswar
Monday, June 17, 2024
Homeଓଡିଶାରାଜ୍ୟର ତୃତୀୟ ପର୍ଯ୍ୟାୟ ନର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ: ସମୀର ମହାନ୍ତି

ରାଜ୍ୟର ତୃତୀୟ ପର୍ଯ୍ୟାୟ ନର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ: ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଓଡ଼ିଶାର ସାଧାରଣ ନାଗରିକ ସରକାର ପରିବର୍ତନ କରିବା ପାଇଁ ନିଷ୍ପତି ନେଇଥିବା ଜନମତରୁ ସ୍ପଷ୍ଟ ଜଣାପଡୁଛି । ଜୁନ୍ ୧୦ରେ ବିଜେପି ସରକାର ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ପୁଅ କିମ୍ବା ଝିଅ ହେବ, ଏଥିରେ କୌଣସି ଦ୍ୱିମତ ନାହିଁ । ନୂତନ ଭୋଟର, ଯୁବପିଢ଼ି ତଥା ମାତୃଶକ୍ତି ଉତ୍ସାହର ସହ ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ସ୍ପଷ୍ଟ ହେଉଛି ତୃତୀୟ ପର୍ଯ୍ୟାୟ ୬ଟି ଲୋକସଭା ସମ୍ପୂର୍ଣ୍ଣ ରୂପେ ବିଜେପି ଜିତୁଛି ।

ଲୋକଙ୍କ ଉତ୍ସାହରୁ ସ୍ପଷ୍ପ ହେଉଛି ବିଜେପି ସରକାର ସୁନିଶ୍ଚିତ । ଏଥିଲାଗି ସାରା ଓଡ଼ିଶାବାସୀଙ୍କୁ ବିଶେଷ କରି ୬ଟି ଲୋକସଭା ଏବଂ ବିଧାନସଭାର ଭୋଟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଜୁନ୍ ୧ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେପି ସର୍ବାଧିକ ଆସନ ଲାଭ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୨ଦିନ ତଳେ ଡିଜି ପୋଲିସ ଓ ଶାସନ ସଚିବଙ୍କୁ ମୁଁ ଏକ ଚିଠି ଲେଖିଥିଲି କିନ୍ତୁ ଏଯାଏଁ କୌଣସି ଉତର ଆସିନାହିଁ । ବିଜେଡିର ମୁଖିଆ ତଥା ମୁଖ୍ୟମନ୍ତ୍ରୀ “ଫିଟ୍ ଆଣ୍ଡ୍ ଫାଇନ” ଅଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ମୁଁ କୌଣସି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶ୍ନ କରିନଥିଲି ।

ମୁଁ କହିଥିଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଅଣଓଡ଼ିଆ ଗୁମାସ୍ତାଙ୍କ କବଳରେ ବନ୍ଧକ ଅଛନ୍ତି । ତାଙ୍କୁ ପୋଲିସ ଓ ମୁଖ୍ୟ ଶାସନ ସଚିବ ମୁକ୍ତ କରନ୍ତୁ । ସେହିପରି ଗଣମାଧ୍ୟମ ପ୍ରତିନିଧି ଏବଂ ଅବସରପ୍ରାପ୍ତ ବିଚାରପତିଙ୍କ ସହ ପୋଲିସ ଡିଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ, ବାର୍ତାଳାପ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀ କହୁଛନ୍ତି ସେ କୁଆଡେ ନିର୍ବାଚନ ପଚାର କରୁଛନ୍ତି, ତାହାଲେ ତାଙ୍କ ପଛ ପାଖରେ କିଏ ଅଛନ୍ତି? ପାଣ୍ଡିଆନ ଯାହା କହୁଛନ୍ତି ତାହା ମୁଖ୍ୟମନ୍ତ୍ରୀ କହୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆମେ କିଛି ମତ ଦେଉନାହୁଁ ବରଂ ବିଜେଡି ସୋସିଆଲ ମିଡିଆର ଭିଡିଓରୁ ଆମେ ସ୍ପଷ୍ଟ ଦେଖୁଛୁ ଯାହା ତାହା ପ୍ରକାଶ କରୁଛୁ । ଡିଜି ପୋଲିସଙ୍କୁ ଅନୁରୋଧ କରୁଛି ସେ ରାଜ୍ୟର କୌଣସି ବିଚାରପତି, ଗଣମାନ୍ୟ ବ୍ୟକ୍ତି ତଥା ଗଣମାଧ୍ୟମ ପ୍ରତିନିଧି ସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ ଓ କଥାବାର୍ତା କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ରହିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ପଦକ୍ଷେପ ରାଜ୍ୟବାସୀ ଜାଣିବାକୁ ଉତ୍କଣ୍ଠାର ସହ ଅନେକ ବସିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking