30.1 C
Bhubaneswar
Wednesday, May 1, 2024
Homeଓଡିଶାଟିକେଟ ପାଇବା ପରେ ଏମିତି କହିଲେ ପୃଥ୍ବୀବଲ୍ଲଭ ପଟ୍ଟନାୟକ

ଟିକେଟ ପାଇବା ପରେ ଏମିତି କହିଲେ ପୃଥ୍ବୀବଲ୍ଲଭ ପଟ୍ଟନାୟକ

ଭୁବନେଶ୍ବର : ବେଗୁନିଆରେ ନିଶ୍ଚିତଭାବେ ଭଲ କରିବୁ । ଆଉ ଜିତିବୁ ମଧ୍ଯ । କଂଗ୍ରେସରୁ ଟିକେଟ ପାଇବା ପରେ ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ । ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀହେବା ପରେ ସେ କହିଛନ୍ତି ଯେ ଗତ ପଞ୍ଚାୟତ ନିର୍ବାଚନ ଠାରୁ ମୁଁ ଲୋକଙ୍କ ସହ ରହିଛି । ସଂଗଠନ କରୁଛି । ସାରା ବେଗୁନିଆ-ବୋଲଗଡ଼ ବୁଲୁଛି । ଲୋକମାନେ ସମର୍ଥନ ଜଣାଉଛନ୍ତି । ଏଯାଏଁ ବିଜେଡି କି ବିଜେପି ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଆମ ସ୍ଥିତି ଭଲ ଅଛି । ଆମେ ନିଶ୍ଚିତଭାବେ ଭଲ କରିବୁ । ବେଗୁନିଆରେ ବାପାଙ୍କୁ ସମସ୍ତେ ଭଲ ପାଉଥିଲେ । ବର୍ତ୍ତମାନର ନିର୍ବାଚନୀ ମାହୋଲକୁ ଦୃଷ୍ଟି ଦେଲେ ଆମେ ଯେଉଁ ସ୍ଥିତିରେ ଅଛୁ ଭାବୁଛୁ ଭଲ କରିବୁ ଓ ଜିତିବୁ ବୋଲି ପୃଥ୍ବୀବଲ୍ଲଭ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking