30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସଲମାନ ଖାନଙ୍କ ଘରକୁ ଗୁଳି ମାଡ଼

ସଲମାନ ଖାନଙ୍କ ଘରକୁ ଗୁଳି ମାଡ଼

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ମୁମ୍ବଇସ୍ଥିତ ବାସଭବନ ବାହାରେ ଗୁଳି ଫୁଟିଛି । ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଜଣେ ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୁମ୍ବଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ଏବଂ ଗୁଳି ଚଳାଇଥୁବା ବ୍ୟକ୍ତିକୁ ଖୋଜିବାକୁ ଉଦ୍ୟମ ଜାରି ରଖୁଛି । ତେବେ କାହିଁକି ଏହି ଗୁଳି ଚାଳନା କରାଯାଇଛି ପୁଲିସ ତାହାର ତଦନ୍ତ କରୁଛି। ପୁଲିସ କହିଛି ଯେ, ଯଦିଓ ଲରେକ୍ସ୍ ବିଷୋଇ ଜେଲରେ ଅଛି, କିନ୍ତୁ ତା’ର ଗ୍ୟାଙ୍ଗ ବାହାରେ ଅଛନ୍ତି ଏବଂ ଗୋଲ୍ଡ ବରାଡ଼ ମଧ୍ଯ ବାହାରେ ଅଛି । ଏହି ଗ୍ୟାଙ୍ଗ ଅଭିନେତାଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷା ଆହୁରି କଡ଼ାକଡ଼ି କରାଯାଇଛି। ସଲମାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨-୩ ରାଉଣ୍ଡ ଗୁଳି ଫୁଟିଛି । ମୁମ୍ବଇ କ୍ରାଇମବ୍ରାଞ୍ଚ ଓ ଏଟିଏସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଲରେକ୍ସ୍ ବିଷ୍ଟୋଇ ଅନେକ ଥର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking