28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଜି ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି

ଆଜି ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଇଡିର ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ସଞ୍ଜୀବ ଖଡ୍ଗ ଓ ଜଷ୍ଟିସ ଦୀରଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ଇଡିର ଗିରଫଦାରୀକୁ ନେଇ ଏପ୍ରିଲ ୯ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ କାର୍ଯ୍ୟାନୁଷ୍ଠାନକୁ ଉଚିତ ଦର୍ଶାଇବା ସହ ଆବେଦନକୁ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଚର ଦ୍ବାରସ୍ଥ ହୋଇଥିଲା ଆମ ଆଦମୀ ପାର୍ଟି । କିନ୍ତୁ ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କୌଣସି ସ୍ଵତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଆଜି ଏହି ଆବେଦନର ଶୁଣାଣି ହେବ । ଆବେଦନରେ କେଜ୍ରିୱାଲ କହିଛନ୍ତି ଯେ, ଯଦି ମୋତେ ଲୋକସଭା ନିର୍ବାଚନ ଲଢିବା ପାଇଁ ମୁକ୍ତ କରାନଯାଏ ତେବେ ବିରୋଧୀଦଳର ନେତାଙ୍କୁ ଗିରଫ କରିବାର ଭୁଲ ପରମ୍ପରା ବଜାୟ ରହିବ । ଆମର ସମ୍ବିଧାନର ମୌଳିକ ନୀତିଗୁଡିକ ନଷ୍ଟ ହୋଇଯିବ । ଜରୁରୀକାଳୀନ ପରିସ୍ଥିତିରେ ଏହି ପିଟିସନ ଦାଖଲ କରାଯାଇଛି । ନିର୍ବାଚନ ମଧ୍ଯରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋତେ ଗିରଫ କରିବା ବେଆଇନ ଅଟେ । ଇଡିର ଗିରଫଦାରୀକୁ ବେଆଇନ ଦର୍ଶାଇ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଦ୍ଵାରସ୍ଥ ହୋଇଥିଲେ କେଜ୍ରିୱାଲ । ହେଲେ ସେଠାରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ଦ୍ଵାରସ୍ଥ ହୋଇଥିଲେ ସେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ କେଜ୍ରିୱାଲଙ୍କ ରାଜନୈତିକ ଭାଗ୍ୟ ନିର୍ଭର କରୁଛି । ଯଦି ସେ ସୁପ୍ରିମକୋର୍ଟରୁ ଆଶ୍ଚସ୍ତ ନପାଆଇନ୍ତି, ତେବେ ସେ କେତେ ଦିନ ଜେଲ ଭିତରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ବ ବଜାୟ ରଖୁବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking