32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ସେପ୍ଟେମ୍ବର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିବେ । ଜୋ ବାଇଡେନ ପ୍ରଶାସନ ଚଳିତ ବର୍ଷ ଜାନୁଆରୀରେ କ୍ଷମତାକୁ ଆସିବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ ହେବ । ତେବେ ଏ ସମ୍ପର୍କରେ ସରକାରୀ ସ୍ତରରେ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇନାହିଁ ।

ବିଶ୍ୱସ୍ତ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୩ କିମ୍ବା ୨୪ରେ ଆମେରିକା ଗସ୍ତରେ ଯିବେ । ମୋଦି ଓ ବାଇଡେନ ଇତିମଧ୍ୟରେ ବହୁବାର ଭର୍ଚୁଆଲ ଉପାୟରେ ବୈଠକରେ ସାମିଲ ହୋଇସାରିଛନ୍ତି। ଏହା ପୂର୍ବରୁ ମୋଦି ୨୦୧୯ରେ ଆମେରିକା ଗସ୍ତରେ ଯାଇ ହଷ୍ଟନରେ ‘ହାଉଡି ମୋଦି’ ଶୀର୍ଷକରେ ଭାରତୀୟ ମୂଳ ନିବାସୀଙ୍କର ଏକ ବିଶାଳ ସମାବେଶରେ ଯୋଗଦେଇଥିଲେ । ସେହି ସମୟରେ ଡୋନାଲଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଥିଲେ । ମୋଦି ତାଙ୍କ ଗସ୍ତ କାଳରେ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିକୁ ଯିବେ। ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପୃଷ୍ଠଭୂମିରେ ମୋଦିଙ୍କର ଏହି ଆମେରିକା ଗସ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେହେଉଛି । ଆମେରିକା ଗସ୍ତରେ ଥିବା ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା କହିଛନ୍ତି, ମୋଦିଙ୍କର ଏହି ଗସ୍ତ କାଳରେ କ୍ୱାଡ ବୈଠକ ଆୟୋଜିତ ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking