29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ କଲେ ପ୍ରଧାନମନ୍ତ୍ରୀ

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜା ଓ ଯଜ୍ଞ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଅର୍ଜୁନ ରାମ ମେଘୱାଲ ଏବଂ ମୀନାକ୍ଷୀ ଲେଖୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ୧୮୨୪ ଫେବୃଆରୀ ୧୨ରେ ଜନ୍ମ ଗ୍ରହଣ କରିଥିବା ମହର୍ଷି ଦୟାନନ୍ଦ ସରସ୍ୱତୀ ଜଣେ ସାମାଜ ସଂସ୍କାରକ ଥିଲେ। ସେ ସାମାଜିକ ଅସମାନତାକୁ ପ୍ରତିହତ କରିବା ପାଇଁ ୧୮୭୫ ମସିହାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ସାମାଜିକ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ଜାଗରଣରେ ଆର୍ଯ୍ୟ ସମାଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking