28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରାଷ୍ଟ୍ରପତିଙ୍କର ଆଜି ବାଇପାସ ସର୍ଜରୀ

ରାଷ୍ଟ୍ରପତିଙ୍କର ଆଜି ବାଇପାସ ସର୍ଜରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ ସର୍ଜରୀ କରାଯିବ । ସକାଳେ ଓଡିଆ ଡାକ୍ତର ଅକ୍ଷୟ ବିଶୋଇ ରାଷ୍ଟ୍ରପତିଙ୍କର ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି । ଗତ ୨୬ ତାରିଖରେ ରାଷ୍ଟ୍ରପତି ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକୀତ୍ସା ପାଇର୍ ପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ୨ ଦିନର ନିରୀକ୍ଷଣ ପରେ ବାଇପାସ ସର୍ଜରୀ କରାଯିବ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।

ତେବେ ଆଜି ତାଙ୍କ ସର୍ଜରୀ ହେବା ନେଇ ରାଷ୍ଟ୍ରପତି ଭବନ ତରଫରୁ ଟ୍ୱିଟ ମାଧ୍ୟମରେ ସୂଚନା ମିଳିଛି । ତେବେ ଓଡିଆ ହୃଦରୋଗ ବିଶେଷଜ୍ଞ ଅକ୍ଷୟ ବିଶୋଇ ତାଙ୍କର ବାଇପାସ ସର୍ଜରୀ କରିବାର ଦାୟିତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking