38.1 C
Bhubaneswar
Friday, April 26, 2024
Homeଆଗକୁ ଆହ୍ୱାନଭାରତର ମୂଳ ଅଧିବାସୀ ଆମେରିକାର ନାଗରିକଙ୍କୁ ବାଇଡେନଙ୍କ ଚିଠି 

ଭାରତର ମୂଳ ଅଧିବାସୀ ଆମେରିକାର ନାଗରିକଙ୍କୁ ବାଇଡେନଙ୍କ ଚିଠି 

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି , ଯଦି କେଉଁ ଦେଶ ଏବେ ଦୁନିଆର ନେତୃତ୍ୱ ନେବାର ସକ୍ଷମ ରଖେ ତାହା ହେଉଛି ଆମେରିକା । ବାଇଡେନ ଏହି କଥା ବୋଷ୍ଟନ କ୍ଷେତ୍ର ରେ ଥିବା ଭାରତୀୟ ମୂଳ ଅଧିବାସୀ ଆମେରିକା ନାଗରିକ ଙ୍କୁ କହିଛନ୍ତି । ଜୋ ବାଇଡେନ କହିଛନ୍ତି କି ଆମେରିକା ଏବେ ଅନେକ ଚୁନୈାତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଏବେ ଆମେ ଯେଉଁ ମାର୍ଗ ରେ ଯାତ୍ରା କରିବା ତାହା ଇତିହାସ ର ସବୁଠୁ କଠିନ ମାର୍ଗ ହେବ । ଅନେକ କଠିନ ପରିସ୍ଥିତି ଚାଲୁଥିଲେ ମଧ୍ୟ ଆମେରିକାର ଭବିଷ୍ୟତ ପାଇଁ ଆଗରୁ କେବେବି ଏତେ ଆଶାବାଦୀ ରହି ନଥିଲା । ବୋଷ୍ଟନ ରେ ରହୁଥିବା ଆମେରିକାର ମୂଳ ଅଧିବାସୀ ଅଭିଷେକ ସିଂ ଙ୍କୁ ଲେଖିଥିବା ଚିଠି ରେ ବାଇଡେନ କହିଛନ୍ତି କି , ଏବେ କୈାଣସି ବି ଦେଶ ନେତୃତ୍ୱ ନେବା ଭଳି ଭଲ ସ୍ଥିତି ରେ ନାହାନ୍ତି । କେବଳ ନିଜର ଶକ୍ତି ଦ୍ୱାରା ନିଜକୁ ସଶକ୍ତି ବନାଇ ପାରୁ ନାହାନ୍ତି ।

ଆଜାଦୀ କା ଅମୃତ ମହୋତ୍ସବ ର କରିଥିଲେ ଶୁଭାରମ୍ଭ- ଅଭିଷେକ ସିଂ ହେଉଛନ୍ତି ଫେଡେରେସନ ଅଫ ଇଣ୍ଡିଆନ, ନ୍ୟୁ ଇଂଲଣ୍ଡ ର ନୂଆ ଅଧକ୍ଷ । ସେ ଗତ ସପ୍ତାହ ରେ ନ୍ୟୁୟର୍କ ଏବଂ ନ୍ୟୁଜର୍ସି ରେ ଏଫଆଇଏ ସହ ୱାସିଂଟନ ରେ ଆଜାଦୀ କା ଅମୃତ ମହୋତ୍ସବ ର ଶୁଭାରମ୍ଭ କରିଥିଲେ । ଯେଉଁଥିରେ ଅନେକ ଲୋକ ଭାଗ ନେଇଥିଲେ । ବାଇଡେନ ଙ୍କ ବିଶ୍ୱାସ- ଅଭିଷେକ ସିଂ ଙ୍କୁ ଲେଖିଥିବା ନିଜ ପତ୍ର ରେ ବାଇଡେନ ସମସ୍ତ ଆମେରିକୀୟ ନାଗରିକ ଙ୍କ ରାଷ୍ଟ୍ରପତି ହୋଇଥିବା କହିଥିଲେ । ସେ ଲେଖିଥିଲେ , ମୋର ବିଶ୍ୱାସ ରହିଛି କି , ଆମେରିକା କୁ ଅଧିକ ନ୍ୟାୟପୁର୍ଣ୍ଣ , ସମୃଦ୍ଧ, ସୁରକ୍ଷିତ ରାଷ୍ଟ୍ର ଗଠନ କରିବାରେ ସମସ୍ତେ ମିଶିକରି କାମ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking