29.1 C
Bhubaneswar
Thursday, April 25, 2024
Homeଆଗକୁ ଆହ୍ୱାନ‘ମାର୍କେଟ କା ଏକଲବ୍ୟ’ ଲଞ୍ଚ କଲା ଏନଏସଡିଏଲ

‘ମାର୍କେଟ କା ଏକଲବ୍ୟ’ ଲଞ୍ଚ କଲା ଏନଏସଡିଏଲ

ମୁମ୍ବାଇ : ଏନଏସଡିଏଲ ଦ୍ୱାରା ‘ମାର୍କେଟ କା ଏକଲବ୍ୟ’ ଲଞ୍ଚ ହୋଇଛି । ଏହା ହେଉଛି ଅନଲାଇନ ଇନଭେଷ୍ଟମେଣ୍ଟ ଆୱାରନେସ ପ୍ରୋଗ୍ରାମ । ଯାହାକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲଞ୍ଚ କରାଯାଇଛି । ହିନ୍ଦୀ ସହ ୮ ଟି ଭିନ୍ନ ଭିନ୍ନ ଭାଷା ଏଥିରେ ସ୍ଥାନ ପାଇଛି । ଯୁବପୀଢୀ ମାନଙ୍କ ପାଇଁ ଏହା ବିନିଯୋଗ ର ଏକ ପ୍ରାରମ୍ଭିକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ । ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟାରୀ ଲିମିଟେଡ ବା ଏନଏସଡିଏଲ ୭୫ ଟି ସହରରେ ଏହା ପ୍ରଥମ କରି ଲଞ୍ଚ କରାଯାଇଛି ଯାହା ଦ୍ୱାରା କଲେଜ ର ଛାତ୍ର ଛୀତ୍ରୀ ମାନେ ଏହାର ଫାଇଦା ଉଠାଇ ପାରିବେ । ଅତି ସହଜରେ ସେମାନେ ଏଥିରୁ ରୋଜଗାର କରି ପାରିବେ । ଏନଏସଡିଏଲ ର ରୈାପ୍ୟ ଜୟନ୍ତୀ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ମାର୍କେଟ କା ଏକଲବ୍ୟ’ ର ଲଞ୍ଚ କରିଥିଲେ । ଏହି ଅବସରରେ ସିଇଓ ପଦ୍ମଜା ଚୁନ୍ଦୁରୁ କହିଛନ୍ତି କି , ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା ଆୟୋଜିତ ହୋଇଛି । ୭୫ ତମ ସ୍ୱାଧୀନତା ଦିବସରେ ଏହାକୁ ପାଳନ କରାଯିବ । ଆମ୍ଭର ମୁଖ୍ୟ ଲକ୍ଷ ହେଉଛି , ଫାଇନାନସିଆଲ ମାର୍କେଟ ସମ୍ପର୍କ ରେ ଆୱାରନେସ କୁ ଯୁବ ପୀଢି ଙ୍କ ପାଖରେ ପହଁଚାଇବା । ଯାହା ଦ୍ୱାରା ଆଗାମୀ ଦିନରେ ଦେଶର ଉନ୍ନତି ରେ ସହାୟକ ହେବ । ମାର୍କେଟ କା ଏକଲବ୍ୟ ହେଉଛି ପ୍ରାକ୍ଟିକାଲ ପ୍ରୋଗ୍ରାମ । ଏହା ଦ୍ୱାରା ଇନଭେଷ୍ଟ ଖୁବ ସହଜରେ ହୋଇ ପାରିବ । ଏନଏସଡିଏଲ ହେଉଛି ଭାରତର ପ୍ରଥମ ଲିଡିଙ୍ଗ ସେଣ୍ଟ୍ରାଲ ସିକ୍ୟୁରିଟିଜ୍ ଡିପୋଜିଟାରି ମାର୍କେଟ । ଏହା ସର୍ବଦା ମୁଖ୍ୟ ଭୁମିକା ବ୍ୟବହାର କରିଥାଏ । ଏନଏସଡିଏଲ ର ମାର୍କେଟ ଭ୍ୟାଲୁ ହେଉଛି ୮୯ ପ୍ରତିଶତ । ମାର୍କେଟ ରେ ଏମଏସଡିଏଲ ର ଭୁମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି । ଏହା ସାଧାରଣତ ଯୁବପୀଢୀ ଙ୍କୁ ସହ ଯୋଗ ଯୋଗାଇ ଦେଉଛି । କଲେଜରେ ପାଠ ପଢୁଥିବା ଛାତ୍ର ଛାତ୍ରୀମାନେ ମାର୍କେଟ କା ଏକଲବ୍ୟ ପ୍ରୋଗ୍ରାମ ର ଲାଭ ଉଠାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking