31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଦୁନିଆର ସବୁଠାରୁ ଭୟଙ୍କର ଦ୍ୱୀପ, ଯେଉଁଠି ୧.୬୦ ଲକ୍ଷ ଲୋକଙ୍କର ଯାଇଥିଲା ଜୀବନ

ଦୁନିଆର ସବୁଠାରୁ ଭୟଙ୍କର ଦ୍ୱୀପ, ଯେଉଁଠି ୧.୬୦ ଲକ୍ଷ ଲୋକଙ୍କର ଯାଇଥିଲା ଜୀବନ

ରୋମ୍‌: ଦୁନିଆର ସବୁଠାରୁ ଭୟଙ୍କର ଦ୍ୱୀପ, ଯାହାକି ୫୪ ବର୍ଷ ହେବ ବନ୍ଦ ରହିଛି। ୧୯୩୦ ପର୍ଯ୍ୟନ୍ତ ସେଠାରେ ଏକ ହସ୍ପିଟାଲ ଚାଲିଥିଲା, କିନ୍ତୁ ପରେ ଏହାର ଡାଇରେକ୍ଟର ଏକ ଉଚ୍ଚ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା କରିଥିଲେ। ଏହାପରେ ଦ୍ୱୀପକୁ ନେଇ ଭିନ୍ନ ଭିନ୍ନ କଥା ସାମନାକୁ ଆସିଥିଲା। ପରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିଲା।

ଏହି ଦ୍ୱୀପର ନାଁ ହେଉଛି ପୋଭେଗ୍ଲିଆ। ଏହା ଇଟାଲିର ଦୁଇଟି ସହର ଭେନିସ୍ ଓ ଲିଣ୍ଡୋ ଭିତରେ ରହିଛି। କୁହାଯାଏ ଯେ, ୧୪ଶ ଶତାବ୍ଦୀରେ ସେଠାରେ ପ୍ଲେଗ୍‌ ହେବା ଯୋଉଁ ୧ ଲକ୍ଷ ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଏତେ ଅଧିକ ମୃତ୍ୟୁ ହୋଇଥିଲା, କାରଣ ସେଠାରେ ବ୍ଲାକ୍‌ ଡେଥ୍‌ ସସ୍ପେକଟେଡ୍ ଲୋକମାନେ ଭେନିସ୍‌ରେ ପଶିବା ପୂର୍ବରୁ କ୍ବାରିଣ୍ଟିନ୍ କରାଯାଉଥିଲା।

୧୯୨୨ ରେ ଦ୍ୱୀପର ଥିବା ଏକ ବିଲ୍ଡିଂକୁ ମାନସିକ ରୋଗୀଙ୍କ ପାଇଁ ରଖାଯାଇଥିଲା। ଏପରି ଖବର ମଧ୍ୟ ମିଳେ ଯେ, ଡାକ୍ତରମାନେ ସେଠାରେ ରୋଗୀଙ୍କ ଉପରେ ଏକ୍ସପେରିମେଣ୍ଟ କରୁଥିଲେ। ଏହାର କିଛି ଦିନ ପରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ଏବେ ଏହି ନଷ୍ଟ ହୋଇସାରିଥିବା ବିଲ୍ଡିଂ ଆଖପାଖରେ ହସ୍ପିଟାଲର ନଷ୍ଟ ହୋଇଯାଇଥିବା ଜିନିଷ ପଡି ରହିଛି। ଏହାପରେ ସେଠାରେ ନର୍ସିଂ ହୋମ୍‌ ଚାଲୁଥିଲା, କିନ୍ତୁ ୧୯୬୮ ରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।

ଗତ ୫୪ ବର୍ଷ ହେବ ସେହି ହସ୍ପିଟାଲ ମଧ୍ୟ ବନ୍ଦ ରହିଛି। ସେଠାର ବିଲ୍ଡିଂ ଖରାପ ହେବା ଓ ସଢିବା କାରଣରୁ ତାକୁ ଛାଡି ଦିଆଯାଇଥିଲା। ୨୦୧୫ ରେ ଦ୍ୱୀପରେ ପୁଣିଥରେ ଡେଭଲପମେଣ୍ଟ କାମ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା। ସେଠାରେ ଏକ ଲଗଜରୀ ରିସୋର୍ଟ ତିଆରି କରିବା କଥା ସାମନାକୁ ଆସିଥିଲା। ବିଜନେସମ୍ୟାନ୍ ଲୁଇଗି ବ୍ରୁଗନୋର ସେଠାର ବିକାଶ ପାଇଁ ବହୁ କାମ କରିଥାନ୍ତେ । ତେବେ ଡିଲ୍‌ ଅଧାରେ ରହିଯାଇଥିଲା। ଏବେ ବି ଏହି ଦ୍ୱୀପ ପୁରା ନିର୍ଜନ ହୋଇ ରହିଛି। ଅର୍ବାନ ଏକ୍ସଫ୍ଲୋରସର ମେଟ୍ ନାଦିନ ଓ ଆଣ୍ଡି ଥମସନ୍‌ ପୋଭେଗେଲିଆ ଦ୍ୱୀପରେ ଏକ ଭିଡିଓ ତିଆରି କରିଥିଲେ। ଯାହାକୁ ସେ ଅକ୍ଟୋବର ୨୦୨୦ ରେ ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିଲେ। ଭିଡିଓରେ ସେଠାରେ ଥିବା ସ୍ଥିତିକୁ ଦେଖାଇଥିଲେ। ସେ କହିଥିଲେ ଏହି  ଦ୍ୱୀପ ଖୁବ୍ ଭୟଙ୍କର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking