32.1 C
Bhubaneswar
Sunday, May 19, 2024
Homeଅପରାଧଯୁବତୀଙ୍କୁ ଅପହରଣ ପରେ ମାସେ ପର୍ଯ୍ୟନ୍ତ ଦୁଷ୍କର୍ମ

ଯୁବତୀଙ୍କୁ ଅପହରଣ ପରେ ମାସେ ପର୍ଯ୍ୟନ୍ତ ଦୁଷ୍କର୍ମ

ନୂଆଦିଲ୍ଲୀ: ଆଲିପୁରରେ ଜଣେ ଯୁବତୀଙ୍କୁ ଅପହରଣ କରି ତାଙ୍କୁ ବନ୍ଧକ କରିବା ପରେ ମାସେରୁ ଅଧିକ ସମୟ ଧରି ତାଙ୍କୁ ଦୁଷ୍କର୍ମ କରାଯାଇଥିବାର ଏକ ମାମଲା ଜଣାପଡିଛି। ପୀଡିତାଙ୍କୁ ଅଭିଯୁକ୍ତମାନେ ପାନୀୟ ଦ୍ରବ୍ୟରେ ନିଶାଦେଇ ପ୍ରଥମେ ଅପହରଣ କରିବା ପରେ ତାଙ୍କୁ ପଞ୍ଜାବ ନେଇ ସେଠାରେ ହାତଗୋହ ବାନ୍ଧିକି ରଖିଥିଲେ। ତେବେ ପୀଡିତା ଜଣକ ସୁଯୋଗ ଦେଖି ସେମାନଙ୍କ କବଳରୁ ଖସି ଆସିଥିଲେ, କିନ୍ତୁ ମାମଲା ରୁଜୁ କରିବାକୁ ତାଙ୍କୁ ଦେଢ ବର୍ଷ ସମୟ ଲାଗିଥିଲା। କୋର୍ଟର ଆଶ୍ରୟ ନେବାର ୩ ଦିନ ପରେ ପୋଲିସ ମାମଲା ରୁଚୁ କରିଛି। ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁସାରେ, ୨୧ ବର୍ଷୀୟ ପୀଡିତା ଆଲିପୁରରେ ରହୁନ୍ତି। ୮ମ ଶ୍ରେଣୀ ପର‌୍ୟ୍ୟନ୍ତ ପଢିଥିବା ଏହି ଯୁବତୀଙ୍କୁ ତାଙ୍କର ଜଣେ ପରିଚିତ ଯୁବକଙ୍କ ଧୋକାରେ ପାନୀୟ ପଦାର୍ଥରେ ନିଶା ଦେଇ ଅପହରଣ କରିନେଇଥିଲେ। ଏହି ଘଟଣା ଗତ ୨୫ ଫେବୃଆରୀ ୨୦୧୮ର ବୋଲି ଜଣାପଡିଛି। ପୀଡିତା ଘଟଣା ଦିନ ସକାଳେ ନିଜର ଭଉଣୀ ସହିତ ପର୍ଲର ଯିବା ପାଇଁ ବାହାରିଥିଲେ। ରାସ୍ତାରେ ସେ ଆଲିପୁର ଖାମପୁର ଅଞ୍ଚଳରେ ପହଁଞ୍ଚିବା ପରେ ପୀଡିତାଙ୍କର ଜଣେ ପରିଚିତ ଯୁବକଙ୍କ ସହିତ ଭେଟ ହୋଇଥିଲା।
ପୀଡିତା ତାଙ୍କ ଭଉଣୀଙ୍କୁ କହିଥିଲେ କିଛି ସମୟ ଅପେକ୍ଷା କର, କଥା ହୋଇ ମୁଁ ଫେରି ଆସିବି।  ପ୍ରାୟ ଦେଢ ଘଣ୍ଟା ଅପେକ୍ଷା କରିବା ପରେ ସେ ଯେତେବେଳେ ଫେରିନଥିଲେ ତାଙ୍କ ଭଉଣୀ ଫୋନ୍ କରିଥିଲେ। ପୀଡିତା ଫୋନରେ କହିଥିଲେ, ଏବେ ସେ ଘରକୁ ଯିବେ ନାହିଁ କହି କାନ୍ଦିଥିଲେ। ଏହାପରେ ଯୁବକ ଜଣକ ପୀଡିତାଙ୍କୁ ନିଶା ଦେଇ ନିଜ ସାଙ୍ଗରେ ନେଇଯାଇଥିଲେ। ଏହାପରେ ନିଜ ଘରେ ବାରମ୍ବାର ଦୁଷ୍କର୍ମ କରିଥିଲେ। ପୀଡିତାଙ୍କୁ ଗୋଟେ ଘର ଭିତରେ ବନ୍ଧକ ରଖାଯାଇତିଲା। ଏହି ସମୟରେ ପୀଡିତାଙ୍କ ପରିବାର ଲୋକ ପୋଲିସ ନିକଟରେ ଝିଅ ନିଖୋଜ ହୋଇଥିବାର ସୂଚନା ଦେଇଥିଲେ। ଗିରଫ ହେବାଠାରୁ ନିଜକୁ ରକ୍ଷା କରିବା ପାଇଁ ଯୁବକ ଜଣକ ପୀଡିତାଙ୍କୁ ବିବାହ କରିବାକୁ ଚାପ ଦେଇଥିଲେ। କିନ୍ତୁ ଯୁବତୀ ଜଣକ ପ୍ରସ୍ତୁତ ନଥିଲେ। କିନ୍ତୁ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ବଳପୂର୍ବକ ବିବାହ କରିଥିଲେ ଓ ଜୀବନ​‌ରେ ମାରିବାର ଧମକ ଦେଇ ନିଜ କବଜାରେ ରଖିଥିଲେ। କିନ୍ତୁ ୨୧ ମଇ ୨୦୧୮ରେ ସୁଯୋଗ ପାଇଁ ପୀଡିତା ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ। ଜଣେ ଅଜଣା ବ୍ୟକ୍ତିଙ୍କ ସାହାର‌୍ୟ୍ୟରେ ସେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।
ଏହାପରେ ପରିବାର ଲୋକେ ତାଙ୍କୁ ଘରକୁ ଆଣିଥିଲେ କିନ୍ତୁ ଅଭିଯୋଗ କରିବା ପରେ ମଧ୍ୟ ମାମଲା ରୁଜୁ କରାଯାଇନଥିଲା। ଯୁବକ ଏବଂ ତାଙ୍କର ପରିବାର ଲୋକ କହିଥିଲେ ଦୁହେଁ ବିବାହ କରିଛନ୍ତି। ତେବେ ପୀଡିତା ଜଣକ କହିଥିଲେ ତାଙ୍କ ଇଛାରେ ଏହି ବିବାହ ହୋଇନଥିଲା। ତାଙ୍କୁ ବଳପୂର୍ବକ ବନ୍ଧକ ରଖାଯାଇ ଓ ଜୀବନରେ ମାରିବାର ଧମକ ଦେଇ ବିବାହ କରାଯାଇଥିଲା। ଶେଷରେ ପୀଡିତା କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟଙ୍କ ନିର୍ଦେଶ ପାଇବା ପରେ ଗତ ୩ ଦିନ ତଳେ ପୀଡିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି, କିନ୍ତୁ ଏପର‌୍ୟ୍ୟନ୍ତ ଅଭିଯୁକ୍ତ ଏବଂ ତାଙ୍କର ପରିବାର ଲୋକଙ୍କୁ ଗିରଫ କରାଯାଇ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking