38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରେମର ହେଲା ବିଜୟ: ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ପ୍ରେମିକ ଆଉ ପାକିସ୍ତାନୀ ପ୍ରେମିକା

ପ୍ରେମର ହେଲା ବିଜୟ: ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ପ୍ରେମିକ ଆଉ ପାକିସ୍ତାନୀ ପ୍ରେମିକା

ନୂଆଦିଲ୍ଲୀ: ପ୍ରେମ ଦେଖେ ନାହିଁ ଜାତି ଧର୍ମ । ଆଉ ପ୍ରେମର କୌଣସି ସୀମା ରେଖା ନଥାଏ । କାହାକୁ କେତେବେଳେ ପ୍ରେମ ହୋଇଯିବ ତାହା କେହି କହି ପାରିବେ ନାହିଁ । କିଛି ଏପରି ଘଟିଛି ଭାରତର ନମନ ଲୁଥ୍ରା ଓ ପାକିସ୍ତାନର ଶେହଲିନ ଜାଭେଦଙ୍କ ପ୍ରେମ କାହାଣୀରେ । ଦୁହିଁଙ୍କ ସାକ୍ଷାତ ୮ ବର୍ଷ ପୂର୍ବେ ପାକିସ୍ତାନରେ ହୋଇଥିଲା । ବିବାହ ପାଇଁ ଉଭୟଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡ଼ିଥିଲେ ମଧ୍ୟ ସେମାନେ କେବେ ହାର ମାନି ନଥିଲେ । ସମସ୍ତ ଅପେକ୍ଷାର ଅନ୍ତ ପରେ ଦୁହେଁ ୨୦୨୩ ମସିହାରେ ପରସ୍ପରକୁ ବିବାହ କରିଛନ୍ତି । ଏହି ଦୁଇଜଣଙ୍କର ପ୍ରେମ କାହାଣୀ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ପଞ୍ଜାବର ବାଟାଲାରେ ରହୁଥିବା ନମନ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ପାକିସ୍ତାନର ଲାହୋର ଯାଇଥିଲେ । ଏହି ସମୟରେ ସେ ଶେହଲିନଙ୍କୁ ଭେଟିଥିଲେ । ସେ ପ୍ରଥମ ଦେଖାରେ ଶେହଲିନଙ୍କୁ ଭଲ ପାଇ ବସିଥିଲେ ।

ଭାରତ ଆସିବା ପରେ ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗରେ ରହିଥିଲେ । ଏହାପରେ ସେମାନେ ୨୦୧୬ ରେ ପାକିସ୍ତାନରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧ ପରେ ଶେହଲିନ ତାଙ୍କ ମା ଓ ମାଉସୀଙ୍କ ସହ ଭାରତ ଆସିଥିଲେ । ଏଠାରେ ସେ ନମନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ବାର୍ତ୍ତାଳାପ ପରେ ଉଭୟଙ୍କ ପରିବାର ସମ୍ପର୍କ ଆଗକୁ ବଢାଇବାକୁ ରାଜି ହୋଇଥିଲେ । କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ହେତୁ ଏହା ଏତେ ସହଜ ନଥିଲା । ନମନ ଜଣେ ହିନ୍ଦୁ ହୋଇଥିବା ବେଳେ ଶେହଲିନ ଜଣେ ଖ୍ରୀଷ୍ଟିଆନ । ୨୦୨୦ରେ କରୋନା ମହାମାରୀ ପାଇଁ ନମନ-ଶେହଲିନଙ୍କ ବିବାହ ପୁଣି ସ୍ଥଗିତ ହୋଇଯାଇଥିଲା । ଏହା ପରେ ୨୦୨୧-୨୦୨୨ ମସିହାରେ ଶେହଲିନଙ୍କ ପରିବାର ସଦସ୍ୟ ଭାରତର ଭିସା ପାଇଁ ଆବେଦନ କରିଥିଲେ କିନ୍ତୁ ସେମାନଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଏହି ସମୟରେ ନମନ-ଶେହଲିନଙ୍କ ଆଶା ଭାଙ୍ଗି ଯାଇଥିଲା କିନ୍ତୁ ସେମାନେ ହାର ମାନି ନଥିଲେ । ରିପୋର୍ଟ ଅନୁଯାୟୀ, ଶେହଲିନଙ୍କ ପରିବାରର ତିନିଜଣ ସଦସ୍ୟ ମାର୍ଚ୍ଚରେ ଭାରତ ପାଇଁ ଭିସା ପାଇଥିଲେ ଏବଂ ଭାରତ ଆସିଥିଲେ । ଏହି ବିଷୟରେ ଶେହଲିନ କହନ୍ତି- ପ୍ରକୃତ ହୃଦୟରୁ ଯାହା ଚାହିଁଥିଲି, ତାହା ଶେଷରେ ମିଳିଛି । ବିବାହ ପରେ ଶେହଲିନ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ନମନଙ୍କ ମାତା ଯୋଗିତା ଲୁଥ୍ରା କହିଛନ୍ତି ଯେ, ଯେତେବେଳେ ପୁଅ ଜଣେ ପାକିସ୍ତାନୀ ଝିଅକୁ ବିବାହ କରିବା କଥା କହିଥିଲେ ସେତେବେଳେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ନମନଙ୍କ ପିତା ମଧ୍ୟ ପ୍ରଥମେ ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ନମନ ନିଷ୍ପତ୍ତି ନେଇଥିଲେ ଯେ ସେ କେବଳ ଶେହଲିନଙ୍କୁ ହିଁ ବିବାହ କରିବେ । ସେଥିପାଇଁ ପରିବାର ସଦସ୍ୟ ଏହି ସମ୍ପର୍କ ପାଇଁ ରାଜି ହୋଇଥିଲେ । ଅନ୍ୟପକ୍ଷରେ ଶେହଲିନଙ୍କ ପିତାମାତାଙ୍କ ପାଇଁ ମଧ୍ୟ ଏହି ସମ୍ପର୍କ ସହଜ ନଥିଲା । କିନ୍ତୁ ଝିଅର ଜିଦ ଆଗରେ ସେମାନେ ମଧ୍ୟ ରାଜି ହୋଇଯାଇଥିଲେ । ଶେଷରେ ନମନ ଓ ଶେହଲିନ ପଞ୍ଜାବର ବାଟାଲାରେ ବିବାହ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking