28.1 C
Bhubaneswar
Thursday, March 28, 2024
Homeଓଡିଶାଚଳିତ ଶିକ୍ଷାବର୍ଷରୁ ୨୦ ମାନଦଣ୍ଡକୁ ନେଇ ନିୟମିତ ଯାଞ୍ଚ ହେବ ବିଦ୍ୟାଳୟ

ଚଳିତ ଶିକ୍ଷାବର୍ଷରୁ ୨୦ ମାନଦଣ୍ଡକୁ ନେଇ ନିୟମିତ ଯାଞ୍ଚ ହେବ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ମାଧ୍ୟମିକ ଓ ଜୁନିୟର କଲେଜରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି । କେବଳ ଶିକ୍ଷା ନୁହେଁ ଭିତ୍ତିଭୂମି, ପରିବେଶ ଏବଂ ପିଲାମାନେ ଯେପରି ବିଦ୍ୟାଳୟରେ ନିରାପଦରେ ରହିବେ ସେଥିଲାଗି ରାଜ୍ୟ ସରକାର ଗତ କିଛି ବର୍ଷ ହେବ ବିଦ୍ୟାଳୟଗୁଡିକର ବିକାଶ ଲାଗି ତତ୍ପର ହୋଇପଡିଛନ୍ତି । ବିଶେଷକରି ସୁରକ୍ଷା ଏବଂ ଶିକ୍ଷାଦାନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟସ ପ୍ରସ୍ତୁତ କରାଯାଇଛି । ଏଣିକି ଆଉ ନିୟମ ଉଲଂଘନକୁ ବରଦାସ୍ତ କରାଯିବ ନାହିଁ । ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ସ୍କୁଲ ଓ ଛାତ୍ରାବାସ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସ୍‌ଓପିକୁ କିଭଳି ଭାବେ ପାଳନ କରାଯାଉଛି ତାହାର ଯାଞ୍ଚ କରିବ ଏକ ମନିଟରିଂ ସ୍କ୍ୱାର୍ଡ। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀ ବା ବିଇଓ ମନମ୍ମୁଖୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଅଧୀନରେ ଥିବା ବିଦ୍ୟାଳୟକୁ ଆଦୌଂ ପରିଦର୍ଶନ କରିବାକୁ ଯାଉନାହାଁନ୍ତି ।

ଏପରିକି କିଛି ବିଇଓ ଘରୋଇ ସ୍କୁଲର କର୍ତ୍ତୃପକ୍ଷଙ୍କ ହାତ ବାରିସି ସାଜିଥିବା ଅଭିଯୋଗ ହେଉଛି । ଏପରି ସମସ୍ୟା ସମ୍ପର୍କରେ ଅନେକ ଅଭିଯୋଗ ମିଳିବା ପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ, ଘରୋଇ ସ୍କୁଲରେ ଯେପରି ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଭିତ୍ତିଭୁମି ଏବଂ ନିର୍ଦ୍ଧାରିତ ସମୟରେ କୋର୍ସ ଶେଷ ହୋଇପାରିବ ଏବଂ ବିଦ୍ୟାଳୟଗୁଡିକର ନିୟମିତ ଯାଞ୍ଚ ହେବ ସେଥିଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏଣିକି ପ୍ରତି ଜିଲ୍ଲାରେ ଏକ ମନିଟରିଂ ସ୍କ୍ୱାଡ ଗଠନ କରାଯିବ । ସମ୍ପୃକ୍ତ ସ୍କ୍ୱାଡର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ସ୍କୁଲ ଅଚାନକ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବେ । ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯିବ ସେଥିରେ ୨୧ଟି ମାନଦଣ୍ଡ ରହିଛି । ଯେଉଁଥିରେ ସାମାଜିକ ଦୂରତ୍ୱ, ହାତ ଧୁଆ, ସ୍କୁଲ ପରିସରରେ ସାନିଟାଇଜ କରିବା, ପ୍ରତିଶ୍ରେଣୀରେ କେତେ ପିଲା ବସୁଛନ୍ତି, ବିଦ୍ୟାଳୟ କାନ୍ଥରେ ହେଲ୍ଫଲାଇନ୍ ନମ୍ବର ରହିଛି କି ନାହିଁ, ଭିତ୍ତିଭୂମୀ, ବିଦ୍ୟାଳୟର କାନ୍ଥରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ତାଲିକା ଆଦି ପଏଣ୍ଟ୍ ରହିଛି ।

ମନିଟରିଂ ଟିମ୍ ସ୍କୁଲ ପରିଦର୍ଶନ ସମୟରେ ରିପୋର୍ଟରେ ସମସ୍ତ ତଥ୍ୟ ଉଲ୍ଲେଖ କରିବେ । ଶେଷରେ ରିପୋର୍ଟରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷ ଏବଂ ଅଧିକାରୀଙ୍କ ଦସ୍ତଖତ ରହିବ । ସେହି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ସପ୍ତାହ ମଧ୍ୟରେ ସମ୍ପୃକ୍ତ ରିପୋର୍ଟ ବିଭାଗରେ ପହଞ୍ôଚବ । ଯଦି କୌଣସି ସ୍କୁଲରେ ଅବହେଳା ପ୍ରଦର୍ଶନ ହୋଇଥିବାର ପ୍ରମାଣ ମିଳେ ତେବେ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସେହିପରି ସ୍କୁଲରେ ପାନୀୟ ଜଳ, ଶୌଚାଳୟ, ର‌୍ୟାମ୍ପ ଏବଂ ପାଚେରୀ ରହିବା ବାଧ୍ୟତାମୂଳକ କରାଯାଇଛି । ନିୟମକୁ ଯେଉଁ ସ୍କୁଲ ପାଳନ ନକରିବ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ସ୍କୁଲରେ ଥିବା ହେଲ୍ଫଲାଇନ୍ ନମ୍ବରରେ ଅଭିଭାବକମାନେ ବିଦ୍ୟାଳୟ ସମ୍ପର୍କରେ ଯେକୌଣସି ତଥ୍ୟ ପ୍ରଦାନ ଯେପରି କରିବେ ଏବଂ ଅଭିଭାବକଙ୍କ ବୈଠକ ଯେପରି ଠିକ୍ ଭାବେ ହେବ ସେ ଦିଗରେ ଅଭିଭାବକଙ୍କୁ ସଚେତନ କରିବାକୁ ଡିଇଓଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking