ସୁନ୍ଦରଗଡ: ସରଣ୍ଡା ଜଙ୍ଗଲରେ ଆଇଡି ବ୍ଲାଷ୍ଟ । ଜଣେ ଯବାନ ଗୁରୁତର ଆହତ ଅଛନ୍ତି । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଝାଡଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି । ଛୋଟନଗର ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି । ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରାଯାଉଛି । ଗତକାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର ଜବତ କରିଥିଲେ ଝାଡଖଣ୍ଡ ଯାଗୁଆର ଓ ସିଆରପିଏଫ ୬୦ ବାଟାଲିୟନ ଯବାନ ।