31.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶନେପାଳ ବନ୍ୟା : ୧୩୮୫ରେ ପହଁଚିଲା ମୃତ୍ୟୁସଂଖ୍ୟା

ନେପାଳ ବନ୍ୟା : ୧୩୮୫ରେ ପହଁଚିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ୟୁଏଇର ଉଦ୍ଧାରକାରୀ ଦଳ ଆଉ ୧୦ ମୃତଦେହ ଉଦ୍ଧାର କରିଛନ୍ତି। ଏଥିସହ ୟୁଏଇ ଟିମ୍ ଦ୍ୱାରା ଉଦ୍ଧାର ହୋଇଥିବା ମୋଟ ମୃତଦେହ ସଂଖ୍ୟା ୧୮ରେ ପହଞ୍ଚିଛି। ନେପାଳ ପ୍ରଶାସନ ଏବଂ ସେନା ସହ ସମନ୍ୱୟ ରଖି ୟୁଏଇ ଟିମ୍ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ତ୍ରିଶୁଳୀ ନଦୀର ଆଖପାଖରେ ଥିବା ରସୁଓ୍ବା ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ଏମାନେ ଫୋକସ୍ କରୁଛନ୍ତି। ନିଖୋଜଙ୍କ ସନ୍ଧାନ ପାଇଁ ଟିମର ସଦସ୍ୟ ମାନେ ଡ୍ରୋନ୍ ସମେତ ଅନ୍ୟ ଉପକରଣ ବ୍ୟବହାର କରୁଛନ୍ତି।ଏହି ଟିମରେ ୟୁଏଇ ଜଏଣ୍ଟ ଅପରେସନ୍ କମାଣ୍ଡ, ଦୁବାଇ ପୁଲିସର ତଲାସୀ ଏବଂ ଉଦ୍ଧାରକାରୀ ଦଳ, ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ଦୀର୍ଘ ଅନୁଭବ ଥିବା ବ୍ୟକ୍ତିବିଶେଷ ସାମିଲ ଅଛନ୍ତି। ଅଗଷ୍ଟ ୨୬ ତାରିଖରେ ନେପାଳ -ତିବ୍ବତ ସୀମା ନିକଟରେ ଭୂସ୍ଖଳ ସ୍ଖଳନ ପରେ ଅଚାନକ ବିନାଶକାରୀ ବନ୍ୟା ଆସିଥିଲା।

 ଅଦ୍ୟାବଧି ସେଥିରେ ନେପାଳର ୮ଟି ଜିଲ୍ଲାର ୧,୩୮୫ ଜଣ ପ୍ରାଣ ହରାଇଛନ୍ତି। ୫,୧୩୦ରୁ ଅଧିକ ନିଖୋଜ ଅଛନ୍ତି। ଏପରିସ୍ଥ ସ୍ଥଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସେହିପରି ୧୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଖାଲି ଏତିକି ନୁହେଁ ଭାରତ ମଧ୍ୟ ନେପାଳକୁ ରିଲିଫ୍ ଏବଂ ଉଦ୍ଧାରକାରୀ ଟିମ୍ ପଠାଇଛି । ଭାରତର ଅନେକ ନାଗରିକ ନେପାଳ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ଅନେକ ଏବେବି ନିଖୋଜ ଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking