31.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶହର୍ମୁଜ୍‌ରେ ପୁଣି ଜାହାଜ ବିସ୍ଫୋରଣ : ଜଣେ ମୃତ, ୩ ଆହତ

ହର୍ମୁଜ୍‌ରେ ପୁଣି ଜାହାଜ ବିସ୍ଫୋରଣ : ଜଣେ ମୃତ, ୩ ଆହତ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ସାମୁଦ୍ରିକ କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ନେବାକୁ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ହର୍ମୁଜ୍ ଉପରେ ନିୟନ୍ତ୍ରଣ ଦାବି କରୁଛନ୍ତି, ଏହି ସମୟରେ, ଏହି ସାମୁଦ୍ରିକ ପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ବିପଦର ଆଶଙ୍କା ରହିଛି। ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍‌ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଆଉ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ବାରା କରାଯାଇଛି। କିନ୍ତୁ ଜାହାଜଟି କେଉଁ ଦେଶର ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ହେଙ୍ଗାମ ଏବଂ କ୍ୱେଶମ୍ ଦ୍ୱୀପପୁଞ୍ଜ ଉପକୂଳରେ ରବିବାର ସକାଳ ପ୍ରାୟ ୫:୦୦ ଟା (୦୧୩୦ ଜିଏମଟି) ସମୟରେ ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି ବୋଲି ଇରାନ ସରକାରୀ ଟିଭି କହିଛି। ତେବେ କ୍ୱେଶମ୍ ସହରର ରାଜ୍ୟପାଳ ଆମିର ତେମୋରି ଆକ୍ରମଣ କିଏ କରିଛି ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରି ନାହାନ୍ତି। ହର୍ମୁଜ୍ ପ୍ରଣାଳୀର ସବୁଠାରୁ ବଡ଼ ଦ୍ୱୀପ କ୍ୱେଶମ୍ ନିକଟରେ ରାତିସାରା ଅନେକ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍ ପକ୍ଷରୁ ସୋସିଆଲ ମିଡିଆରେ ଏହାର ଏକ ଚିତ୍ର ପୋଷ୍ଟ କରି କୁହାଯାଇଛି ଯେ, ଜାହାଜଟି ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଚାଲିଛି । ଏହି ମାର୍ଗରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking