27.1 C
Bhubaneswar
Friday, September 11, 2026
Homeଓଡିଶାଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଭାଙ୍ଗିବା ଘଟଣା
ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲା ବିଜେଡି ପ୍ରତିନିଧି ମଣ୍ଡଳୀ
ଏପରି ଲଜ୍ଜାଜନକ ଘଟଣା ଓଡ଼ିଆ ଅସ୍ମିତା ପ୍ରତି ଅପମାନ
ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଶିଆଳି ବେଳାଭୂମି ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି । ଉକ୍ତ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରବାଦ ପୁରୁଷଙ୍କ ପ୍ରତି ଏହି ଅସମ୍ମାନକୁ ଦୃଢ଼ ନିନ୍ଦା କରିଥିଲେ । ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ପ୍ରତିନିଧି ମଣ୍ଡଳୀ । କର୍ତ୍ତୃପକ୍ଷ ତୁରନ୍ତ ମୂର୍ତ୍ତି ପୁନଃସ୍ଥାପନ କରିବାକୁ ଅନୁରୋଧ କରିଥିଲେ ।
ଶ୍ରୀ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ, ମହାନ ବରପୁତ୍ର ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ଆଦୌ ଗ୍ରହଣୀୟ ନୁହେଁ । ଏହା ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ଓଡ଼ିଆ ଅସ୍ମିତା ପ୍ରତି ଅପମାନ । ଶିଆଳି ବେଳାଭୂମି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ । ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଉକ୍ତ ଘଟଣା ଦେଖି ମର୍ମାହତ ହେଉଛନ୍ତି । ପ୍ରବାଦ ପୁରୁଷ, ମହାନ ଜନନାୟକ, ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ । ବିଜୁ ବାବୁ କେବଳ ପ୍ରତିମୂର୍ତ୍ତୀରେ ସୀମିତ ନାହାଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରହିଛନ୍ତି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଭାରତବର୍ଷ ଯେଉଁ ବ୍ୟକ୍ତିତ୍ୱଙ୍କୁ ନେଇ ଗର୍ବ ଅନୁଭବ କରେ, ତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ହୀନମନ୍ୟତର ପରିଚୟ । ଉକ୍ତ ଘଟଣା ନେଇ ସ୍ଥାନୀୟ ସରପଞ୍ଚ ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଅଭିଯୋଗର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ଚୁପ ହୋଇ ବସି ରହିଛି । ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏହିପରି ଘଟଣା ଓଡ଼ିଆ ଅସ୍ମିତାକୁ ହତ୍ୟା କରୁଥିବାରୁ ବିଜେଡି କଡ଼ା ନିନ୍ଦା କରିଛି । ରାଜ୍ୟ ସରକାର ଘଟଣା ପ୍ରତି ଯତ୍ନଶୀଳ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିଲେ ବିଜେଡି ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବ ।
ବିଜେଡି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ବିଧାୟକ ଶ୍ରୀ ଶାରଦା ପ୍ରସନ୍ନ ଜେନା, ଶ୍ରୀ ସମ୍ୱିତ ରାଉତରାୟ, ଡ଼ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ମିନତୀ ବେହେରା, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀ ଅରିନ୍ଦମ ସର୍ଖେଲ, ଶ୍ରୀ ନାରାୟଣ ପ୍ରସାଦ ଜେନା, ଲକ୍ଷ୍ମୀପି୍ରୟା ମହାପାତ୍ର, ପ୍ରକାଶ ପ୍ରଧାନ, ପୀତବାସ ବଚତା, ତଟିନା ସ୍ୱାଇଁ, ଡଲି ପଣ୍ଡା, ରାଣୀ ଟୁଡୁ, ଦିପ୍ତି ରଞ୍ଜନ କୁଅଁର, କମଳାକାନ୍ତ ସ୍ୱାଇଁ, ଆଦିତ୍ୟ ନନ୍ଦନ ଦାସ, ପାର୍ଥସାରଥୀ ରାଉତ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking