31.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶବିଜୟଙ୍କୁ ୟୁକେ ଗସ୍ତ ଅନୁମତି

ବିଜୟଙ୍କୁ ୟୁକେ ଗସ୍ତ ଅନୁମତି

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଗସ୍ତ ନିମନ୍ତେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅନୁମତି ମିଳିଥିବା ଜନୈକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବିଜୟଙ୍କ ୟୁକେ ଗସ୍ତ ସମୟରେ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସୁରକ୍ଷା ସମେତ ଅନ୍ୟାନ୍ୟ ବ୍ୟବସ୍ଥା କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦର୍ଶାଯାଇଛି। ସୂଚନାଥାଉ କି ରବିବାର ମାଲେସିଆ ମୁଖ୍ୟମନ୍ତ୍ରୀ ଅନୱର ଇବ୍ରାହିମ୍‌ ଚେନ୍ନଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ସେହି ସମୟରେ ବିଜୟ ୟୁକେ ଗସ୍ତରେ ଯିବାକୁ ଥିବାରୁ ତାମିଲନାଡୁରେ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା। ଅନୱର ଇବ୍ରାହିମ୍‌ଙ୍କ ନିମନ୍ତେ ତାମିଲନାଡୁ ରାଜ୍ୟପାଳ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ। ତେବେ ବିଜୟଙ୍କ ୟୁକେ ଗସ୍ତ ପୂର୍ବ ନିର୍ଦ୍ଧାରିତ ଥିବାରୁ ସେ ରବିବାର ତାମିଲନାଡୁରେ ଅନୁପସ୍ଥିତ ରହିବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଅନୱରଙ୍କ ତାମିଲନାଡୁ ଗସ୍ତ ଇତିମଧ୍ୟରେ ବାତିଲ ହୋଇଯାଥିବା ଜଣାପଡ଼ିଛି। ସୂଚନାଥାଉ କି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅନୱର ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାଲେସିଆ ଓ ତାମିଲନାଡୁ ମଧ୍ୟରେ ଦୀର୍ଘବର୍ଷ ଧରି ସାଂସ୍କୃତିକ, ଐତିହାସିକ ସମ୍ପର୍କ ରହିଥିବା ଦର୍ଶାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking