28.1 C
Bhubaneswar
Saturday, April 27, 2024
Homeଓଡିଶାସାଂସଦ ପ୍ରମିଳା ବିଷୋୟୀଙ୍କ ଡ୍ୟାନ୍ସ ଭିଡିଓ ଭାଇରଲ

ସାଂସଦ ପ୍ରମିଳା ବିଷୋୟୀଙ୍କ ଡ୍ୟାନ୍ସ ଭିଡିଓ ଭାଇରଲ

ଆସିକା : ସାଂସଦ ପ୍ରମିଳା ବିଷୋୟୀଙ୍କ ଡ୍ୟାନ୍ସ ଭିଡିଓ ଭାଇରଲ ହୋଇଛି | ଚର୍ଚ୍ଚାରେ ରହି ଆସୁଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ଡ୍ୟାନ୍ସ ଭିଡିଓ ଦେଖିଲେ ତାଙ୍କ ଆଗରେ ଯୁବପିଢ଼ି ବି ହାର୍‌ ମାନିଯିବେ ପରି ଅନୁମାନ କରାଯାଉଛି |
ଭିନ୍ନ ଭିନ୍ନ ସମୟରେ ଷ୍ଟେଜ ଉପରେ ଭାଷଣ ଦେଉଥିବା ପ୍ରମିଳାଙ୍କର କିନ୍ତୁ ଏଥର ଦେଖିବାକୁ ମିଳିଥିଲା ଭିନ୍ନ ଅବତାର। ଷ୍ଟେଜ ଦୁଲୁକାଇ ଦେଲେ ପ୍ରମିଳା। କେବଳ ସେତିକି ନୁହେଁ ଗୀତ ଗାଇବାକୁ ବି ଭୁଲିଲେ ନାହିଁ। ନୂଆ ବର୍ଷରେ ପ୍ରମିଳାଙ୍କ ଡ୍ୟାନ୍ସିଂ ଅବତାର ଦେଖି, କର୍ମୀ, ଅଫିସର ବି ଭାରି ଖୁସି। ଏ ବୟସ୍‌ରେ ବି ତାଙ୍କ ଡ୍ୟାନ୍ସ ଅନ୍ୟମାନଙ୍କୁ ମତୁଆଲା କରିଦେଇଛି। ନୂଆ ବର୍ଷ ଅବସରରେ ଆସିକା ଟାଉନ ହଲ୍‌ ପଡ଼ିଆରେ ଆୟୋଜିତ ଉତ୍ସବରେ ପ୍ରମିଳାଙ୍କ ନୂଆ ଅବତାର ଦେଖିବାକୁ ମିଳିଥିଲା। ଏଥିରେ ସାଂସଦ ପ୍ରମିଳାଙ୍କ ସହ ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ବହୁ କର୍ମଚାରୀ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଷ୍ଟେଜରେ ନାଚିଲେ, ଗୀତ ଗାଇଲେ।
https://onakhabar.com/2020/01/01/know-how-year-2020-for-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking