33.1 C
Bhubaneswar
Sunday, April 28, 2024
Homeଓଡିଶାଶଙ୍ଖ ଧରିବେ ପ୍ରଦୀପ ମାଝୀ

ଶଙ୍ଖ ଧରିବେ ପ୍ରଦୀପ ମାଝୀ

ନବରଙ୍ଗପୁର : ଯାହା କଳ୍ପନା ଜଳ୍ପନା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । କିଛି ଦିନ ତଳେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ଆଜି ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝୀ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି । ପ୍ରଦୀପ ମାଝୀ ଦଳ ଛାଡିବା କଂଗ୍ରେସକୁ ଝଟକା ଲାଗିବା ପରେ ଏବେ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରୁ ଅନେକ କଂଗ୍ରେସ ନେତା ଏବଂ କର୍ମକର୍ତ୍ତା କଂଗ୍ରେସ ଛାଡୁଛନ୍ତି ବୋଲି ପ୍ରଦୀପ ମାଝୀ ଘୋଷଣା କରିଛନ୍ତି । ଏଥିସହ ଦକ୍ଷିଣ ଓଡିଶାରେ କଂଗ୍ରେସକୁ ଆହୁରି ଶକ୍ତ ଝଟକା ଲାଗିଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀ କହିଛନ୍ତି ଯେ, ସେ ବିଜେଡିରେ ମିଶିବାକୁ ଯାଉଛନ୍ତି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ କରିବାକୁ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ପଡିବ । ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ। ଅନ୍ୟପଟେ ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାର ସଫଳ ହୋଇଛି । ପ୍ରତି ନିର୍ବାଚନରେ ଅଧିକ ସଂଖ୍ୟାରେ ଆସନ ଜିତି ଦେଶରେ ଇତିହାସ ରଚିଛି ବୋଲି ପ୍ରଦୀପ ମାଝୀ କହିଛନ୍ତି ।

ସେ କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ୍ ହୁଅନ୍ତୁ ବୋଲି ପ୍ରଦୀପ ଆହ୍ୱାନ ଦେଇଛନ୍ତି । ଏଥିସହ କଂଗ୍ରେସ ଦଳର ଅନେକ ନେତା ଏବଂ କର୍ମକର୍ତ୍ତା ଦଳ ଛାଡିଥିବା ସେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥିରେ କଂଗ୍ରେସକୁ ଆହୁରି ଜୋରଦାର ଝଟକା ଲାଗିବାକୁ ଯାଉଛି । କାରଣ ଦକ୍ଷିଣ ଓଡିଶାରେ ପ୍ରଦୀପ ମାଝୀ କଂଗ୍ରେସର ଜଣେ ଟାଣୁଆ ଏବଂ ବରିଷ୍ଠ ନେତା ଥିଲେ । ସେ ଦଳ ଛାଡିବା ପରେ ତାଙ୍କ ସମର୍ଥକ ନେତା ଏବଂ କର୍ମକର୍ତ୍ତା ମଧ୍ୟ କଂଗ୍ରେସ ଛାଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking