32.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଦୀପଙ୍କ ବୟାନକୁ କଂଗ୍ରେସରେ ଭିନ୍ନମତ

ପ୍ରଦୀପଙ୍କ ବୟାନକୁ କଂଗ୍ରେସରେ ଭିନ୍ନମତ

ନବରଙ୍ଗପୁର: ଗତକାଲି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନାବାଳିକା ଦୁଷ୍କର୍ମ ମାମଲାରେ ହିଂସା ପାଇଁ ଉସକାଇବା ପ୍ରସଙ୍ଗରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଗତକାଲି ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ଦୋଷୀକୁ ଶୀଘ୍ର ଗିରଫ ଦାବୀରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଇଥିଲା । କଂଗ୍ରେସ ନେତା ପ୍ରଦୀପ ମାଝୀ ପେଟ୍ରୋଲ, ଡିଜେଲ ରେଡ଼ି ରଖ, ଡାଇରେକସନ ଯିବମାନେ ଜାଳି ଦେବ, ତେଣିକି ଯାହା ହବ ଦେଖାଯିବ କହି ଫୋନ କଲ କର୍ମୀଙ୍କୁ ଉସକାଇଥିଲେ। ଏହାକୁ ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖଥିଲେ । ସେ କହିଥିଲେ ଯେ, ବିଜେଡି ସରକାରରେ ମା, ଭଉଣୀଙ୍କ ଇଜ୍ଜତ ଲୁଟ୍ ହେଉଛି। ଆମେ କଣ ଚୁପ୍ ବସିବୁ, ଆମେ କଣ ଚୁଡ଼ି ପିନ୍ଧିଛୁ । ୧୦ ବର୍ଷରେ ୩୦ ହଜାର ବଳାତ୍କାର ଓ ହତ୍ୟା ଘଟଣା ଘଟିଛି । ଆମ ମା’, ଭଉଣୀ ଶସ୍ତା ନୁହଁନ୍ତି, ଆମେ ଚୁପ୍ ବସିବୁ ନାହିଁ। ଗାନ୍ଧି ନୀତିରେ ଆଉ ନ୍ୟାୟ ମିଳିପାରୁନାହିଁ, ତେଣୁ ଆମେ ସୁଭାଷ ନୀତି ଆପଣାଇଲୁ । ନ୍ୟାୟ ପାଇଁ ହିଂସାକୁ ଆପଣାଇବାକୁ ବାଧ୍ୟ ହୋଇଛୁ।
ଏହାକୁ ନେଇ କଂଗ୍ରେସ ଭିତରେ ଦେଖିବାକୁ ମିଳିଛି ଭିନ୍ନମତ । କଂଗ୍ରେସ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ପ୍ରଦୀପ ଭାବ ବିହ୍ୱଳ ହୋଇ ଯେଉଁ କଥା କହିଛନ୍ତି ତାହା ଦୁଃଖର କଥା । ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ କରୁଛି । ଆମେ ଅହିଂସା ନୀତିରେ ବିଶ୍ୱାସ କରୁ ବୋଲି କହିଲେ ନିରଂଜନ । ସେ ଆହୁରି କହିଛନ୍ତି ପ୍ରଦୀପଙ୍କ ନାମରେ ମାମଲା କରାଯାଇ ରାଜନୀତି କରାଯାଉଛି ।
ଏହାକୁ ସମର୍ଥନ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ । ସେ କହିଛନ୍ତି ଯେ, ଏଭଳି ସମ୍ବେଦନ ପ୍ରସଙ୍ଗରେ ଆନ୍ଦୋଳନ ହେଉ । କିନ୍ତୁ ହିଂସାରେ ନୁହେଁ କଂଗ୍ରେସ ଶାନ୍ତି ଚାହେଁ ବୋଲି କହିଛନ୍ତି ସୁର ।
ପ୍ରଦୀପଙ୍କ ବୟାନକୁ ତାରା ପ୍ରସାଦ ବାହିନୀପତି ନିନ୍ଦା କରିଛନ୍ତି । ସେ ପ୍ରତିକ୍ରିୟା ରଖିଛନ୍ତି ଯେ, କଂଗ୍ରେସ ଦଳ କେବେ ହିଂସାର ଆଶ୍ରୟ ନିଏ ନାହିଁ । କଂଗ୍ରେସ ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରେ ଅନୁପ୍ରାଣିତ । ପ୍ରଦୀପଙ୍କ ବୟାନ କଂଗ୍ରେସର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ । ଏଭଳି ବୟାନ କଂଗ୍ରେସ ଦଳ ପାଇଁ କ୍ଷୋଭର କଥା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking