32.1 C
Bhubaneswar
Friday, April 26, 2024
Homeଓଡିଶାକୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାୟକ କରୋନା ସଂକ୍ରମିତ

କୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାୟକ କରୋନା ସଂକ୍ରମିତ

ପଟାଙ୍ଗୀ: କରୋନା କବଳରେ ପୁଣି ଆସିଲେ ଆଉ ଜଣେ ବିଧାୟକ । ରାଜ୍ୟରେ  କରୋନା ମହାମାରୀର ପ୍ରଭାବ ବଢି ବଢି ଚାଲିଛି । ଏହାରି ମଧ୍ୟରେ କୋରାପୁଟ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ବିଧାୟକ ଫେସବୁକ୍ ଜରିଆରେ ସୂଚନା ଦେଇଛନ୍ତି । ଆଣ୍ଟିଜେନ୍ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
କରୋନା ଚିହ୍ନଟ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଧାୟକ ଏବେ ସେମିଳିଗୁଡା ବାସଭବନରେ ହୋମ ଆଇସୋଲେସନରେ ରହିଛନ୍ତି । ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ଏବେ ସୁସ୍ଥ ଅଛନ୍ତି ‌ବୋଲି କହିଛନ୍ତି। ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି। ତେବେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking