30.1 C
Bhubaneswar
Saturday, April 27, 2024
Homeଓଡିଶାଭୋଟ୍ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର,କଣ୍ଡକ୍ଟର ଦେବେ ପୋଷ୍ଟାଲ ଭୋଟ୍

ଭୋଟ୍ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର,କଣ୍ଡକ୍ଟର ଦେବେ ପୋଷ୍ଟାଲ ଭୋଟ୍

ଭୁବନେଶ୍ୱର: ଭୋଟ୍ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର,କଣ୍ଡକ୍ଟର ଓ କ୍ଲିନରମାନେ ଏଥର ନିର୍ବାଚନରେ ପୋଷ୍ଟାଲ ଭୋଟ୍ ଦେବେ । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଣିତ ନିର୍ଦ୍ଦେଶକୁ କାର୍ଯ୍ୟ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ସବୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଦେଇ ଜଣାଇଛନ୍ତି ।
ଗୁରୁବାର ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି କହିଛନ୍ତି ଯେ ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ୍ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଦା ଚେଷ୍ଟିତ ରହିଛନ୍ତି ଭାରତୀୟ ନିର୍ବାଚନ କମିଶନ । ସେହିକ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନଙ୍କୁ ମଧ୍ୟ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି । ଓଡ଼ିଶାରେ ମତଦାନ ଦିନ ଯେଉଁ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଯେପରି ଉଚିତ ଭାବରେ ମତଦାନ କରିପାରିବେ । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ମନୋନୀତ କରିବେ, ଯାହାଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପାଇଁ ବ୍ୟବହୃତ ଗାଡ଼ି ଅଧିଗ୍ରହଣ କରାଯିବ । ଯେଉଁ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନେ ଏହି ଗାଡ଼ିରେ ନିୟୋଜିତ ଥିବେ ତାଙ୍କର ମତଦାନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ନିଶ୍ଚିତ କରାଯିବ ଓ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ ପାଇଁ ଫର୍ମ-୧୨ ଯୋଗାଇ ଦିଆଯିବ । ଏହି ଫର୍ମ-୧୨ରେ ଉକ୍ତ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଉଚିତ ରୂପେ ପୂରଣ ହୋଇଥିବା ନିଶ୍ଚିତ କରି ନୋଡାଲ ଅଧିକାରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ଅତି କମ୍‌ରେ ମତଦାନ ତାରିଖର ୭ ଦିନ (ସାତଦିନ) ପୂର୍ବରୁ ପଠାଇବେ । ଏହା ଦ୍ୱାରା ଉକ୍ତ ମତଦାତାଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇ ପାରିବ । ଶ୍ରୀ ଧଳ କହିଛନ୍ତି ଯେ, ନିର୍ବାଚନ ପରିଚାଳନା ଅଧିନିୟମ-୧୯୬୧ରେ ନୂତନ ଭାବେ ଯୋଡ଼ା ଯାଇଥିବା ନିୟମ ୧୮(କ) ଅନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭୋଟରମାନେ କେବଳ ‘ଫେସିଲିଟେସନ୍ ସେଣ୍ଟର’ରେ ହିଁ ନିଜ ନିଜର ମତଦାନ କରିବେ । ଏଣୁ ଏହି ଡ୍ରାଇଭର, କଣ୍ଡକ୍ଟର, କ୍ଲିନରମାନେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟ ଅବଧି ମଧ୍ୟରେ ଫେସିଲିଟେସନ୍ ସେଣ୍ଟରରେ ମତଦାନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking