42.1 C
Bhubaneswar
Saturday, April 27, 2024
Homeଓଡିଶାଲୋକଙ୍କ ସୁବିଧା ଲାଗି ଲକ୍ଷ୍ମୀ ବସ୍‌ରେ ବ୍ୟବସ୍ଥାକୁ ଅଧିକ ତ୍ୱାରାନିତ କରାଯିବ: ଅତିରିକ୍ତ ସଚିବ

ଲୋକଙ୍କ ସୁବିଧା ଲାଗି ଲକ୍ଷ୍ମୀ ବସ୍‌ରେ ବ୍ୟବସ୍ଥାକୁ ଅଧିକ ତ୍ୱାରାନିତ କରାଯିବ: ଅତିରିକ୍ତ ସଚିବ

ଭୁବନେଶ୍ୱର : ରାଜ୍ୟରେ ଲୋକଙ୍କ ଗମନାଗମନ ବ୍ୟବସ୍ଥାକୁ ଅତ୍ୟନ୍ତ ସହଜ କରିବା ସହ ଅଳ୍ପ ମୂଲ୍ୟରେ ଯେପରି ଲୋକମାନେ ଗ୍ରାମାଞ୍ଚଳରୁ ଯାଆସ କରିପରିବେ ସେଥିଲାଗି ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ୩୦ଟି ଜିଲ୍ଲାରେ ୩୧୪ବ୍ଲକରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ସୁବିଧା ଲାଗି ବସ୍‌ରେ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ଗୁରୁବାର ଆୟୋଜିତ ଏକ ବୈଠକରେ ଶ୍ରୀ ସେଠୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତରୁ ବ୍ଲକ୍‌କୁ (ଟି-୧) ୩୧୪ଟି ଲକ୍ଷ୍ମୀ ବସ୍ ଚାଲିଥିବା ବେଳେ ବ୍ଲକକୁ ଜିଲ୍ଲାସ୍ତରକୁ (ଟି-୨) ୫୪ଟି ବସ୍ ଚାଲିଛି । ସେହିପରି ଟି-୩ ବ୍ୟବସ୍ଥାରେ ୨୪ଖଣ୍ଡ ବସ୍ ଗଡୁଛି । ତେବେ ଲୋକଙ୍କ ଚାହିଦାକୁ କୁରୁତ୍ୱ ଦେଇ ବସ୍ ସେବାରେ ଅଧିକ ପରିବର୍ତ୍ତନ ଆଣିବାକୁ ଯୋଜନା କରାଯାଇଛି । ବିଶେଷକରି ଲକ୍ଷ୍ମୀ ବସ୍ ଯୋଜନାରେ ଚାଲିଥିବା ବସ୍‌ଗୁଡିକର ସୁରକ୍ଷା, ଲୋକଙ୍କ ସୁବିଧା, ବସ୍‌ରେ ମହିଳା, ବୃଦ୍ଧ ବ୍ୟକ୍ତି, ଛାତ୍ରଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କଡାକଡି ଭାବେ ଲାଗୁ କରିବାକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଲକ୍ଷ୍ମୀ ବସ୍‌ରେ ଇ-ଟିକେଟ୍ ବ୍ୟବସ୍ଥା ଲାଗି କରାଯିବ । ଏହାବ୍ୟତୀତ ବସ୍‌ର କର୍ମଚାରୀମାନେ ସର୍ବଦା ଯାତ୍ରୀଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗଉଥିବା ବେଳେ ପ୍ରତ୍ୟେକ ବସ୍‌ର ସୁରକ୍ଷା ଲାଗି ବ୍ୟବସ୍ଥକୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି । ଗାଡିକୁ ସଫାସୁତରା ରଖିବା, ଗାଡିରୁ ତେଲ ଚୋରି ରୋକିବା, ଗାଡିରେ ଯଦି ୭୫% ସିଟ୍ ପୂରଣ ହୁଏ ତେବେ କିଛି ଅସୁବିଧା ନାହିଁ କିନ୍ତୁ ଗାଡିରେ ଯଦି ୪୫%ରୁ କମ୍ ଯାତ୍ରୀ ହୁଅନ୍ତି ତେବେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନକରିବା ସହ ନିଶା ନେବା ଉପରେ ସବୁଠାରୁ ଅଧିକ କଟକଣା ଜାରି କରାଯାଇଛି । ଏହାବ୍ୟତୀତ ଯଦି କୌଣସି ଗାଡିର ଚାଳକ ନିଶା ସେବନ କରି ଦୃତବେଗରେ ଗାଡି ଚଲାଇଥିବା ନଜିର ମିଳେ ତେବେ ସାଧାରଣ ଲୋକ ଏହାର ଫଟୋ ପଠାଇଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୂୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ସେହିପରି ସମସ୍ତ ସବ୍‌ବ୍ଲକ୍‌ରେ ଆର୍‌ଏଟିଙ୍କୁ ନିଯୁକ୍ତ କରାଯିବ ସେମାନେ ଗାଡିର ତଦାରଖ କରିବା ସହ ଲୋକଙ୍କ ମତାମତ ଗ୍ରହଣ କରିବେ । ସେହିପରି ଯାତ୍ରୀ ବିଶ୍ରାମଗାର ଗୁଡିକର ଉନ୍ନତି କରଣ ଏବଂ ରକ୍ଷଣାବେକ୍ଷଣ ଲାଗି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking